IND vs AUS : ବୁମରା,ଆକାଶଙ୍କ ପାଇଁ ବଂଚିଗଲା ଭାରତ, ଆସନ୍ତାକାଲି ଗାବାରେ କେମିତି ରହିବ ପାଣିପାଗ?

ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ବର୍ତ୍ତମାନ ଏକ ରିମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ ଦଳ ଏହି ମ୍ୟାଚ୍ ଜିତିବାକୁ ସକ୍ଷମ ହେବାର ବହୁତ କମ୍ ସମ୍ଭାବନା ଅଛି, କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ବିଜୟ କଷ୍ଟସାଧ୍ୟ ମନେହେଉଛି | ତେବେ ମ୍ୟାଚର ଶେଷ ଦିନ ଉପରେ ଏବେ ସମସ୍ତଙ୍କ ନିଜର। ବୁଧବାର ଦିନ ଗାବାରେ ପାଣିପାଗ କେମିତି ରହିବ ତାହା ଜାଣିବା ପାଇଁ କ୍ରୀଡା ପ୍ରେମୀ ବ୍ୟାକୁଳ। କାରଣ ମ୍ୟାଚର ଫଳାଫଳ ଉଭୟଙ୍କ ପ୍ରଦର୍ଶନ ଅପେକ୍ଷା ପାଣିପାଗ ଉପରେ ଅଧିକ ନିର୍ଭର କରିବ |

କେମିତି ରହିବ ପାଣିପାଗ
ବୁଧବାର ଦିନ ମଧ୍ୟ ବ୍ରିସବେନରେ ବର୍ଷାର ଆଶଙ୍କା ଦେଖା ଯାଉଛି , କିନ୍ତୁ ମଙ୍ଗଳବାର ପରି ବର୍ଷା ହୋଇନପାରେ। ସେହିପରି ଯଦି ଆମେ ସକାଳ ପ୍ରାୟ ୧୦ ଟା କଥା ଦେଖିବା ତାହାଲେ  ସେହି ସମୟରେ ବର୍ଷା ହେବାର ସମ୍ଭାବନା ୩୧ ପ୍ରତିଶତ ରହିଛି | ସେହିପରି ପ୍ରାୟ ଏକ ଘଣ୍ଟା ପରେ ଅର୍ଥାତ୍ ୧୧ ଏବଂ ୧୨ଟାରେ ବର୍ଷା ହେବାର ସମ୍ଭାବନା କମିଯିବ | ୧୧ ଟା ରେ ୩୦ ପ୍ରତିଶତ ଏବଂ ୧୨ଟା ରେ ୨୯ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି | ଦିନ ୧ଟା ଭିତରେ ପ୍ରାୟ ୨୮ ପ୍ରତିଶତ ବର୍ଷାର ସମ୍ଭାବନା ଅଛି।

ଅନ୍ୟପଟେ ଯଦି ମ୍ୟାଚ ଉପରେ ନଜର ପକାଇବା ତାହାଲେ ଭାରତୀୟ ଦଳ ୪୪୫ ରନର ପିଛା କରି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୨୫୨ ରନ କରି ତାର ୯ ୱିକେଟ ହରାଇଛି। ସବୁଠୁ ବଡ଼ ଆଶ୍ବସ୍ତି ହେଉଛି ଟିମ ଇଣ୍ଡିଆ ଫଲୱାନ ବଞ୍ଚାଇବାରେ ସଫଳ ହୋଇଛି। ଯାହା ଫଳରେ ଏହି ମ୍ୟାଚ ବିପକ୍ଷ ଅଷ୍ଟ୍ରେଲିଆ ହାତରୁ ଖସି ଯାଇଛି। ଶେଷ ଯୋଡି ଆକାଶ ଦୀପ ଏବଂ ଉପଅଧିନାୟକ ବୁମରାଙ୍କ ଭାଗିଦାରୀ ପାଇଁ ଏବେବି ମ୍ୟାଚରେ ଜୀବିତ ଅଛି ରିହିତ ବାହିନୀ।

Leave a Reply

Your email address will not be published. Required fields are marked *