ବାରବାଟୀକୁ ଫେରିଲା କ୍ରିକେଟ, ଭାରତ ଇଂଲଣ୍ଡ ମଧ୍ୟରେ ହେବ ଦିନିକିଆ ମ୍ୟାଚ୍…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ଫେରିଲା କ୍ରିକେଟ। କଟକ ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ୨୦୨୫ ଫେବ୍ରୁଆରି ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ। ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ ଦିନିକିଆ ମ୍ୟାଚ ଫେରିଛି। ଶେଷ ଥର ପାଇଁ ବାରବାଟୀରେ ୨୦୧୯ ମସିହା ଡିସେମ୍ବରରେ ଖେଳାଯାଇଥିଲା ଦିନିକିଆ ମ୍ୟାଚ୍।