ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ୨୩୫ ରନରେ ରୋକିବାରେ ସଫଳ ହେଲା ଭାରତ

ମୁମ୍ବାଇ; ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇ  ପ୍ରଥମ ଇନିଂସରେ ୨୩୫ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି। ଭାରତୀୟ ଦଳ ପୂର୍ବରୁ ସିରିଜରେ ହାରି ସାରିଛି। ଏବେ ଏହି ମ୍ୟାଚ୍ ଜିତି ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରୁଛି| ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ଯୋଗ୍ୟତା ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ମଧ୍ୟ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ |ଏହି ମ୍ୟାଚର ପ୍ରଥମ ପାଳିରେ ଟିମ୍ ଇଣ୍ଡିଆର ସ୍ପିନ ବିଭାଗ ଭଲ ପ୍ରଦର୍ଶନ କରି ବିପକ୍ଷ ନ୍ୟୁଜିଲାଣ୍ଡକୁ ୨୩୫ ରନରେ ରୋକିବାରେ ସଫଳ ହୋଇଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ୱିକେଟ୍ ନେଇଥିବା ବେଳେ ୱାଶିଂଟନ ସୁନ୍ଦର ୪ଟି ୱିକେଟ ନେଇଛନ୍ତି।

Leave a Reply

Your email address will not be published. Required fields are marked *