ଜନସଂଖ୍ୟାରେ ଭାରତ ପ୍ରଥମ
ନୂଆଦିଲ୍ଲୀ; ସାରା ପୃଥିବୀରେ ଭାରତ ଜନବହୁଳ ରାଷ୍ଟ୍ର ହୋଇସାରିଛି । ବହୁତ ଦିନ ଧରି ଏହି ତାଲିକାରେ ଚୀନ ନିଜର ପ୍ରଥମ ସ୍ଥାନ ବଜାୟ ରଖିଥିଲା । କିନ୍ତୁ ଏବେ ଚୀନକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ଏହାସହ ଚୀନଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟାରେ ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ବୋଲି ‘ୟୁନାଇଟେଡ୍ ନେସନ୍ସ୍ ପପୁଲେସନ୍ ଫଣ୍ଡ୍’ର (ୟୁଏନ୍ଏଫ୍ପିଏ) ଅନୁଧ୍ୟାନରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟା ୧୪୨.୮୬ କୋଟି ଥିବା ବେଳେ ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି । ୟୁଏନ ରିପୋର୍ଟ ଅନୁସାରେ ଭାରତରେ ଜନସଂଖ୍ୟା ୧.୫୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶିତ ରିପୋର୍ଟରେ ଭାରତ ଚୀନଠାରୁ ୨୯ ଲକ୍ଷ ଆଗରେ ରହିଛି।