Asian Champions trophy; ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ସେମି-ଫାଇନାଲରେ ପହଞ୍ଚିଲା ଭାରତ

ଚାଇନା; ଭାରତୀୟ ହକି ଦଳ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ତାର ଦମଦାର ପ୍ରଦର୍ଶନ ଜାରି ରଖିଛି। ଶେଷ ଗ୍ରୁପ୍‌ ମ୍ୟାଚରେ ଆଜି ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଦଳକୁ ୨-୧ରେ ପରାସ୍ତ କରି ଅପରାଜୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ଏପର୍ଯ୍ୟନ୍ତ ଭାରତ ୫ ଟି ରୁ ପାଂଚଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି। 

ପାକିସ୍ତାନର ଷ୍ଟାର ଖେଳାଳି ଅହମଦ ନଦିମ ପ୍ରଥମ କ୍ୱାଟର ୮ ମିନିଟରେ ପ୍ରଥମ ଗୋଲ ସ୍କୋର କରି ପାକିସ୍ତାନ କୁ ଲିଡ୍ ଦେଇଥିଲେ । ହେଲେ ପ୍ରଥମ କ୍ବାର୍ଟର ଶେଷ ହେବା ପୂର୍ବରୁ ଦଳର ଅଧିନାୟକ ହରମନପ୍ରୀତି ସିଂହ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋର କରି ବରାବର କରିଥିଲେ। ପରେ ଦ୍ବିତୀୟ କ୍ୱାଟରରେ ଆଉ ପେନାଲଟି କର୍ଣ୍ଣରକୁ ଡ୍ରାଗ ଫ୍ଲିକ୍ ଦ୍ଵାରା ଗୋଲରେ ପରିଣତ କରି  ହରମନପ୍ରୀତ ଦ୍ବିତୀୟ ଗୋଲ ଦେଇଥିଲେ। ଯାହା ଫଳରେ ପାକିସ୍ତାନ ଆଉ ପ୍ରତ୍ୟାବର୍ତ୍ତନ କରିପାରିନଥିଲା ।

ଲଗାତାର ୫ ମ୍ୟାଚ ଜିତି ଫେଭରାଇଟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ଭାରତ। ଅନ୍ୟପକ୍ଷରେ ପାକିସ୍ତାନ ଏହାର ୫ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତି ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ପାକିସ୍ତାନ ରାଉଣ୍ଡ ରୋବିନରେ ଭାରତ ବିପକ୍ଷ ଶେଷ ମ୍ୟାଚ ଖେଳିଥିଲା। ହେଲେ ଦଳ ପରାଜିତ ହୋଇଥିଲା।।

Leave a Reply

Your email address will not be published. Required fields are marked *