ଭାରତକୁ ସାହା କୋହଲି , ରାହାନେ ଯୋଡ଼ି

ଲଣ୍ଡନ୍ : ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଭାରତ ସମ୍ମୁଖରେ ୪୪୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ। ଚତୁର୍ଥ ଦିନର ଶେଷ ସୁଦ୍ଧା ଭାରତ ୩ ୱିକେଟ୍ରେ ୧୬୪ ରନ୍ ସଂଗ୍ରହ କରି ନେଇଥିବାରୁ ମ୍ୟାଚ୍ ରୋମାଞ୍ଚକ ମୁହାଁ ହୋଇଛି। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଅତୁଟ ଚତୁର୍ଥ ୱିକେଟ୍ରେ ୭୧* ରନ୍ ଯୋଡ଼ି ଭାରତକୁ ମ୍ୟାଚରେ ଏବେବି ଜୀବିତ ରଖିଛନ୍ତି । ଚତୁର୍ଥ ଦିନ ଷ୍ଟମ୍ପ୍ସ ବେଳକୁ କୋହଲି ୪୪* ଏବଂ ରାହାଣେ ୨୦* ରନ୍ରେ ବ୍ୟାଟିଂ କରୁଛନ୍ତି। ରବିବାର ପଞ୍ଚମ ତଥା ଶେଷ ଦିନରେ ଭାରତକୁ ଡବଲ୍ୟୁଟିସି ଫାଇନାଲ ଜିତିବାକୁ ଆଉ ୨୮୦ ରନ ଦରକାର ଥିବାବେଳେ ଅଷ୍ଟ୍ରେଲିଆକୁ ୭ ୱିକେଟ୍ ଆବଶ୍ୟକ ରହିଛି ।