୧୨ ବର୍ଷ ଓ ୧୮ ସିରିଜ ପରେ ହାରିଲା ଭାରତ

ପୁନେ; ଦୀର୍ଘ ୧୨ ବର୍ଷ ପରେ ଘରୋଇ ସିରିଜ ହାରିଲା ଟିମ ଇଣ୍ଡିଆ ।  ଦ୍ୱିତୀୟ ଟେଷ୍ଟରେ ଭାରତକୁ  ୧୧୩ ରନରେ ହରାଇ ପ୍ରଥମ ଥର ଭାରତ ମାଟିରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ତ  । ଏହା ସହ ଭ୍ରମଣକାରୀ ଦଳ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଭାରତର ଏହି ପରାଜୟ ଐତିହାସିକ କାରଣ ୨୦୧୨ ପରେ ଟିମ୍ ଇଣ୍ଡିଆ କ୍ରମାଗତ ୧୮ ଟି ଘରୋଇ ସିରିଜ୍ ଜିତିଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏହି ସିରିଜରେ ଅଗ୍ରଣୀ ରହି ଏହି ଧାରାକୁ ଭାଙ୍ଗିଛି । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ୱାଶିଂଟନ୍ ସୁନ୍ଦର ମୋଟ ୧୧ ୱିକେଟ୍ ନେଇଥିଲେ, କିନ୍ତୁ ଦଳର ବିଜୟ ନିଶ୍ଚିତ କରିପାରି ନଥିଲେ।
ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ପ୍ରଥମ ପାଲିରେ ୨୫୯ ରନ କରିଥିଲା ।  ସେହିପରି ଏହି ଲକ୍ଷ୍ୟର ପିଛା କରୁଥିବା ଟିମ ଇଣ୍ଡିଆ ପ୍ରଥମ ପାଳିରେ ମାତ୍ର ୧୫୬ ରନରେ ଅଲ ଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୧୦୩ ରନ୍‌ର ଅଗ୍ରଣୀରୁ ନ୍ୟୁଜିଲ୍ୟାଣ୍ଡ ବହୁ ଲାଭ ପାଇଥିଲା, ଏହି କାରଣରୁ ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାକଫୁଟକୁ ଚାଲି ଯାଇଥିଲା। ପ୍ରଥମ ଇନିଂସରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଯଥାକ୍ରମେ ୦ ଓ ଗୋଟିଏ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ତେବେ ଦ୍ବିତୀୟ ପାଳିରେ ବ୍ଲାକକ୍ୟାପ ଦଳ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରି ୨୫୫ ରନ କରିଥିଲା । ଟିମ ଇଣ୍ଡିଆକୁ ଜିତିବା ପାଇଁ ୩୫୮ ରନର ଆବଶ୍ୟକ ଥିଲା । ପ୍ରଥମ ଇଂନିସ ପରି ଦ୍ବିତୀୟ ପାଳିରେ ମଧ୍ୟ ଭାରତୀୟ ବ୍ୟାଟର ବିପକ୍ଷ ଦଳର ବୋଲିଂ ଆଗରେ ଫେଲ ମାରିଥିଲେ । ଯାହା ଫଳରେ ୧୨ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜରେ ପରାଜୟର ସମ୍ମୁଖୀନ ହୋଇଛି ।

Leave a Reply

Your email address will not be published. Required fields are marked *