India-Maldives Controversy ; ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟୁରିଜିମ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଆସିଲା ଏମିତି କିଛି ବୟାନ …

ମାଳଦ୍ୱୀପର କିଛି ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପରେ ମାଳଦ୍ୱୀପ ଆସୋସିଏସନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି ପକ୍ଷରୁ ବୟାନ ଆସିଛି  । ଏଭଳି ଅପମାନଜନକ ମନ୍ତବ୍ୟକୁ ସେ ଦୃଢ଼ ନିନ୍ଦା କରିଛନ୍ତି ବୋଲି ଆସୋସିଏସନ କହିଛି। ମାଳଦ୍ୱୀପ ଇତିହାସରେ ଭାରତ ସବୁବେଳେ ଅସୁବିଧା ସମୟରେ ଆଗେଇ ଆସିଥାଏ ବୋଲି ଆସେସିଏସନ କହିଛି। (MATI) ଏହାର ସରକାରୀ ବିବୃତିରେ କହିଛି ଯେ ନରେନ୍ଦ୍ର ମୋଦୀ ଏବଂ ଭାରତବାସୀଙ୍କ ପ୍ରତି କରାଯାଇଥିବା ଅପମାନଜନକ ମନ୍ତବ୍ୟକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଭାରତ ହେଉଛି ଆମର ଅନ୍ୟତମ ଘନିଷ୍ଠ ପଡ଼ୋଶୀ ଏବଂ ସହଯୋଗୀ। ଆମ ସଙ୍କଟ ସମୟରେ ଭାରତ ସର୍ବଦା ପ୍ରଥମ ପ୍ରତିକ୍ରିୟାଦାତା ରହିଆସିଛି। ସରକାର ଏବଂ ଭାରତବାସୀଙ୍କ ଦ୍ୱାରା ଆମ ସହିତ

ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟୁରିଜିମ୍ ଇଣ୍ଡଷ୍ଟ୍ରି ତା’ର ବିବୃତ୍ତିରେ କହିଛି ଯେ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ଭାରତ ନିରନ୍ତର ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛି। କୋଭିଡ୍ -୧୯ ସମୟରେ, ଭାରତ ଏକ ସହାୟକ ଭାବରେ ବାହାରିଥିଲା ଯିଏ ଆମର ଖରାପ ସ୍ଥିତିରେ ଉନ୍ନତି ଆଣିବାରେ ଆମକୁ ସାହାଯ୍ୟ କରିଥିଲା । ଆମେ ଚାହୁଁଛୁ ଯେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ଆଗାମୀ ପିଢ଼ି ପର୍ଯ୍ୟନ୍ତ ବଜାୟ ରହିବ। ଏଥିପାଇଁ ଆମକୁ ଅପମାନଜନକ ବୟାନବାଜିଠାରୁ ଦୂରେଇ ରହିବା ଉଚିତ, ଯେଉଁକାରଣରୁ ଆମର ଉତ୍ତମ ସମ୍ପର୍କ ଉପରେ କେହି ନକାରାତ୍ମକ ପ୍ରଭାବ ପକାଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *