Asia cup 2023; ସ୍ପିନ୍ ବିଭାଗ ଭାରତ ପାଇଁ ହୋଇପାରେ ମୁଣ୍ଡ ବିନ୍ଧାର କାରଣ କେମିତି ଜାଣନ୍ତୁ…
ଭୁବନେଶ୍ଵର; ଏସିଆ କପ୍ ୨୦୨୩ ପାଇଁ ଭାରତ ପକ୍ଷରୁ ଗତକାଲି ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟିମରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପରି ଖେଳାଳିଙ୍କର ଦଳ ବାହୁଡା ହୋଇଥିବା ବେଳେ ଅନ୍ୟପକ୍ଷରେ କିଛି ଆଶାୟୀ ଖେଳାଳିଙ୍କୁ ଦଳରେ ସ୍ଥାନ ନମିଳିବାରୁ ସେମାନେ ନିରାଷ ହୋଇଛନ୍ତି । ସେହିପରି ଯଦି ଦଳର ସ୍ପିନ ବିଭାଗ ଉପରେ ନଜର ପକାଇବା ତେବେ କୁଲଦୀପ ଜାଦବଙ୍କୁ ମୁଖ୍ୟ ସ୍ପିନର ଭାବେ ଦଳରେ ସ୍ଥାନ ମିଳିଛି । ତେବେ ଏହା ବ୍ୟତିତ ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ, କୁଲଦୀପଙ୍କ ସାଥିରେ ନଜର ଆସିବେ । ସେହିପରି ଟିମ ଇଣ୍ଡିଆର ଷ୍ଟାର ବୋଲର ୟଜୁବିନ୍ଦ୍ର ଚହଲ ଏବଂ ଅନୁଭବି ରବି ଅସ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏସିଆ କପରେ ସ୍ଥାନ ପାଇଥିବା ପ୍ରାୟ ଖେଳାଳି ବିଶ୍ଵକପ୍ ୨୦୨୩ ପାଇଁ ମୋନୋନିତ ହେବେ। ତେବେ ଏଥର ବିଶ୍ୱକପ୍ ଭାରତରେ ଖେଳାଯିବ ଯେଉଁଠି ସ୍ପିନର ମାନେ ଅଧିକ ଗୁରୁତ୍ୱ ବହନ କରିବେ । ଏପରି ପରିସ୍ଥିତିରେ ବିଶ୍ଵକପ ପାଇଁ ସ୍ପିନ ବିଭାଗରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାହା ଦେଖିବାର କଥା ରହିଛି । ସେହିପରି ଏସିଆ କପରେ ଭାରତର ମ୍ୟାଚ୍ ଗୁଡିକ ଶ୍ରୀଲଙ୍କାରେ ଖେଳାଯିବ, ଯେଉଁଠି ସ୍ପିନରଙ୍କର ଦବଦବା ଅଧିକ ଦେଖିବାକୁ ମିଳିବ। ଏପରି କ୍ଷେତ୍ରରେ କେବଳ ଏକ ମାତ୍ର ପ୍ରମୁଖ ସ୍ପିନର ଚୟନ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ।