ଟେଷ୍ଟ କ୍ରିକେଟରେ ଭାରତ ନଂ-୧

ଦୁବାଇ: ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ପୁଣି ଶୀର୍ଷ ସ୍ଥାନକୁ ଫେରିଛି । ୧୫ ମାସ ଧରି ଟେଷ୍ଟ କ୍ରକେଟରେ ଶୀର୍ଷରେ ରହିଆସିଥିବା ଅଷ୍ଟ୍ରେଲିଆ ଏଥର ୬ ପଏଣ୍ଟ ହରାଇଛି। ପୂର୍ବରୁ ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ୧୨୨ ଥିଲା ବେଳେ ଏବେ ୧୧୬କୁ ଖସିଯଆସିଛି। ୨୦୨୦ ମେ’ରୁ ୨୦୨୨ ମେ’ ମାସ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ଶୃଙ୍ଖଳାଗୁଡ଼ିକର ଫଳାଫଳକୁ ୫୦ ପ୍ରତିଶତ ଓ ପରବର୍ତ୍ତୀ ଶୃଙ୍ଖଳାଗୁଡ଼ିକୁ ୧୦୦ ପ୍ରତିଶତ ଭାବେ ହିସାବକୁ ନେଇ ଏହି ମାନ୍ୟତା ତାଲିକା ପ୍ରକାଶିତ ହୋଇଛି। ଏହାଫଳରେ ପାକିସ୍ତାନ ବିପକ୍ଷରେ ୨-୦ ଘରୋଇ ଶୃଙ୍ଖଳା ବିଜୟ ଓ ନ୍ୟୁଜିଲାଣ୍ଡ ବିପକ୍ଷ ୩-୦ ଶୃଙ୍ଖଳା ବିଜୟର ବିଶେଷ ଫାଇଦା ଅଷ୍ଟ୍ରେଲିଆକୁ ମିଳିପାରିନାହିଁ। କେବଳ ଇଂଲଣ୍ଡ ବିପକ୍ଷରେ ୪-୦ ବିଜୟ ଦଳକୁ ରେଟିଂ ବଢାଇବାରେ ସହାୟକ ହୋଇଛି। ଅନ୍ୟପକ୍ଷରେ ଭାରତ ୨୦୧୯-୨୦ରେ ନ୍ୟୁଜିଲାଣ୍ଡଠୁ ୦-୨ ଶୃଙ୍ଖଳା ପରାଜୟର ମଧ୍ୟ ରେଟିଂ ଉପରେ କିଛି ପ୍ରଭାବ ପକାଇନାହିଁ। ଯେଉଁଥିପାଇଁ ଭାରତ ୨ ପଏଣ୍ଟ ଅଧିକ ପାଇ ୧୨୨ରେ ପହଞ୍ଚିଛି। ଶେଷ ଥର ପାଇଁ ଭାରତ ୨୦୨୧ ଡିସେମ୍ବରରେ ଶୀର୍ଷ ସ୍ଥାନରେ ରହିଥିଲା। ଏହାପରେ ଅଷ୍ଟ୍ରେଲିଆ ୪-୦ରେ ଇଂଲଣ୍ଡକୁ ହରାଇଥିଲା ବେଳେ ଭାରତ ୦-୨ରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହେବାରୁ ସ୍ଥାନରେ ଅଦଳବଦଳ ହୋଇଛି।