Asia cup 2023 ; ଏସିଆ କପରେ ଭାରତ – ପାକିସ୍ତାନର ପରିସଂଖ୍ୟାନ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ବର : ଏସିଆ କପ 2023ରେ ଯେଉ ମ୍ୟାଚର ସଭିଙ୍କୁ ଅପେକ୍ଷା ଥିଲା । ଆଉ କିଛି ଘଣ୍ଟାର ପରେ ସେହି ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଏହି ମହାମୁକାବିଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଅପରାହ୍ନ 3ଟାରେ ଶ୍ରୀଲଙ୍କାର କାଣ୍ଡିରେ ଅନୁଷ୍ଟିତ ହେବ । ତେବେ ଏହି ପଡୋଶି ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ମହାସମର ଦେଖିବାକୁ ଦୁଇ ଦେଶର ଖେଳ ପ୍ରେମୀଙ୍କ ମନରେ ଦେଖାଦେଇଛି ଉତ୍ସାହ । ତେବେ ଏସିଆ କପରେ ଏହି ଦୁଇ ଚୀରପ୍ରତିଦ୍ବନ୍ଦୀ ଦଳର ପରିସଂଖ୍ୟାନ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଦେଖାଯାଏ ୧୯୮୪ ମସିହାରୁ୨୦୧୮ ପର୍ଯ୍ୟନ୍ତ ଏସିଆ କପରେ ଏହି ଦୁଇଦଳ ୧୩ ଥର ସାମ୍ନା -ସାମ୍ନି ହୋଇଛନ୍ତି । ଯେଉଁଥିରେ ଭାରତ ପାକିସ୍ତାନକୁ ୭ଥର ପରାସ୍ତ କରିଥିବା ବେଳେ, ପାକିସ୍ତାନ ଭାରତକୁ ୫ ଥର ହରାଇବାରେ ସଫଳ ହୋଇଛି । ସେହିପରି ଗୋଟେ ମ୍ୟାଚ ଟାଇ ରହିଛି । ଭାରତୀୟ ଦଳ ପାକିସ୍ତାନକୁ ୧୯୮୪ ,୧୯୯୯,୨୦୦୮, ୨୦୧୦,୨୦୧୨ ରେ ଥରେ ଲେଖାଏ ପରାସ୍ତ କରିଥିବା ବେଳେ ୨୦୧୮ରେ ଦୁଇଥର ହରାଇଛି । ଅନ୍ୟପକ୍ଷରେ ୧୯୯୫,୨୦୦୦,୨୦୦୪,୨୦୦୮, ଏବଂ ୨୦୧୪ରେ ପାକିସ୍ତାନ ଟିମି୍ ଇଣ୍ଡିଆକୁ ଏସିଆ କପରେ ପରାଜୟର ଦ୍ବାରସ୍ତ କରାଇ ସାରିଛି । ତେବେ ଆଜିର ମ୍ୟାଚରେ ଦେଖିବାର କଥା ରହିଲା କି ପାକିସ୍ତାନର ବୋଲରଙ୍କ ଉପରେ ଭରତୀୟ ବ୍ୟାଟର କେତେ ମାତ୍ରାରେ ପ୍ରଭାବ ପକାଇବାରେ ସଫଳ ହେଉଛନ୍ତି।

Leave a Reply

Your email address will not be published. Required fields are marked *