ସିରିଜ୍ ଜିତିବାରେ ସଫଳ , କିନ୍ତୁ ଆଇସିସି ଟ୍ରଫି ଆଣିବାରେ ବିଫଳ
ଭୁବନେଶ୍ବର; କୁଇନ୍ସ ପାର୍କ ଓଭାଲରେ ଚାଲିଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଗତକାଲି ବର୍ଷା କାରଣରୁ ଡ୍ର ହୋଇଯାଇଛି । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ ରେ ଆଗରେ ରହି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ବିଜୟ ସହ କରିଛି । ଗତ ମାସରେ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ଭରତ ଅଷ୍ଟ୍ରେଲିଆ ଠାରୁ ୨୦୯ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ ସେହିପରି ଯଦି ଦେଖାଯାଏ ଭାରତର ରେକର୍ଡ କେବଳ ଦ୍ବିପାକ୍ଷିକ ଶୃଙ୍ଖଳାରେ ଭଲ ରହିଛି ।
ଯେବ କୌଣସି ବଡ଼ ଟ୍ରଫି ପାଇଁ ଦଳ ମୈଦାନକୁ ଓହ୍ଲାଇଛି କେବଳ ତାକୁ ପରାଜୟରେ ସନ୍ତୁଷ୍ଟ ହେବାକୁ ପଡିଛି । ସେ ୨୦୨୧ ବିଶ୍ବ ଟେଷ୍ଟ ଚମ୍ପିୟାନସିପ ହେଉ କିମ୍ବା ଚଳିତ ବର୍ଷ ୱାଲ୍ଡ ଟେଷ୍ଚ ଚମ୍ପିୟାନସିପ୍ ସବୁଥିରେ ମିଳିଛି କେବଳ ପରାଜୟ । ଯେବ ଦ୍ବିପାକ୍ଷିକ ସିରିଜ କଥା ଆଗକୁ ଆସୁଛି ତେବେ ଦଳର ଷ୍ଚାର ବ୍ୟାଟର ଆଗକୁ ଆସି ଭଲ ପ୍ରଦର୍ଶନ କରୁଛନ୍ତି । ଆଇସିସି ପ୍ରତିଯୋଗିତାରେ କିନ୍ତୁ ଏହି ବ୍ୟାଟର ଫ୍ଲପ୍ ହେଉଛନ୍ତି । ୨୦୨୦ ଠାରୁ ଏପର୍ଯ୍ୟନ୍ତ ଦଳ ୯ଟି ଦ୍ବିପାକ୍ଷିକ ଟେଷ୍ଟ ସିରିଜ ଖେଳିଛି । ଘରେ ୨ଟି ଖେଳିଥିବା ବେଳେ ୭ଟି ବିଦେଶ ମାଟିରେ ଖେଳିଛି । ଯେଉଁଥିରେ ଦଳ ୬ଟି ଟେଷ୍ଚ ସିରିଜରେ ବିଜୟଲାଭ କରିଥିବା ବେଳେ ମାତ୍ର ୩ଟି ଶୃଙ୍ଖଳାରେ ପରାଜୟର ସାମ୍ନା କରିଛି । ସେହିପରି ଦଳ ଦୁଇ- ଦୁଇ ଥର ବିଶ୍ବ ଟେଷ୍ଟ ଚମ୍ପିୟାନସିପ ଫାଇନାଲକୁ ଯାଇ ମଧ୍ୟ ଥରେ ହେଲେ ଏହାକୁ ହାତେଇ ପାରିନି । ତେବେ ଆମେ ଯଦି ଧଳା ବଲ୍ କ୍ରିକେଟ୍ କଥା ଚିନ୍ତା କରିବା , ସେଠି ମଧ୍ୟ ସମାନ ସ୍ଥିତି । ଏଠି ପ୍ରଶ୍ନ ଉଠୁଛି କି ଯେଉଁଠି ଦଳର ଦ୍ବିପାକ୍ଷିକ ଶୃଙ୍ଖଳାରେ ପ୍ରଦର୍ଶନ ଭଲ ରହିଛି । କାହିଁକି ଭାରତୀୟ ଟିମ ବଡ଼ ବଡ଼ ପ୍ରତିଯୋଗିତାରେ ଫ୍ଲପ ରହୁଛି ?