ଆଜି ଭାରତ – ବାଂଲାଦେଶ ମୁକାବିଲା, ଜାଣନ୍ତୁ ଟି -୨୦ ବିଶ୍ଵକପରେ କିଏ କାହାକୁ କେତେ ଥର ହରାଇଛି…

ଚଳିତ  ଟି-୨୦ ବିଶ୍ୱକପ ର ସୁପର-୮ ଗ୍ରୁପ-ଏ ରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ ସଂଧ୍ୟା 8 ରେ ଖେଳାଯିବ। ଭାରତ ଆଜିର ମ୍ୟାଚକୁ ଜିତି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ଉଦ୍ୟମ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏହି ମ୍ୟାଚରେ ବିଜୟ ହାସଲ କରିଥିଲା।
ତେବେ ଭାରତ ଓ ବାଂଲାଦେଶ ଭିତରେ ମୋଟ ୧୩ଟି ଟି-୨୦ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଟିମ ଇଂଣ୍ଡିଆ ୧୨ଟି ମ୍ୟାଚରେ ବିଜୟ ହାସଲ କରିବାରେ ସଫଳ ହୋଇଛି । ଅନ୍ୟପକ୍ଷେ ବାଂଲାଦେଶ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ସେହିପରି ଟି-୨୦ ବିଶ୍ବକପରେ ଏପର୍ଯ୍ୟନ୍ତ ଏହି ଦୁଇ ଦଳ ମାତ୍ର ୪ଥର ମୁହାଁ ମୁହିଁ ହୋଇଛନ୍ତି । ଯେଉଁଥିରେ ବାଂଲାଦେଶ ସବୁ ମ୍ୟାଚରେ ପରାଜୟର ଶୀକାର ହୋଇଛି । କିନ୍ତୁ ବାଂଲାଦେଶର ପ୍ରଦର୍ଶନ ଟିମ ଇଣ୍ଡିଆ ଆଗରେ ଭଲ ରହିଛି । ୨୦୧୬ ବିଶ୍ବକପରେ ମାତ୍ର ୧ ରନରେ ଭାରତ ବିଜୟ ଲାଭ କରିଥିଲା ଭାରତ । ସେହିପରି ୨୦୨୨ ବିଶ୍ବକପରେ ମଧ୍ୟ ଭାରତକୁ ଅସୁବିଧାରେ ପକାଇଥିଲା ବାଂଗ୍ଲା ଟାଇଗର । ତେବେ ଗୋଟେପଟେ ଭାରତ ଆଜିର ମ୍ୟାଚକୁ ଜିତି ସେମିଫାଇନରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ବାଂଲାଦେଶ ଏହି ମ୍ୟାଚକୁ ଜିତି ସେମିଫାଇନାଲ ଦୌଡରେ ନିଜକୁ ଜୀବିତ ରଖିବା ପାଇଁ ଚେଷ୍ଟା କରିବ ।

Leave a Reply

Your email address will not be published. Required fields are marked *