ଟି-୨୦ ବିଶ୍ବକପରେ ଆଜି ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତ ପକ୍ଷରେ ନାହିଁ ବାର୍ବାଡୋସର ପିଚ୍ …

ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ଭାରତୀୟ ସମୟ ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ  ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଭାରତ ପକ୍ଷରେ ନାହିଁ ବାର୍ବାଡୋସର ଏହି ପିଚ୍ ଭାରତ ତୃତୀୟଥର ପାଇଁ ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳିବ।  ଭାରତ ଏଠାରେ ମାତ୍ର ୩ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଏଠାରେ ଭାରତ ଗୁରୁବାର ଏଠାରେ ସୁପର-୮ରେ ୭୪ ରନରେ ଆଫଗାନିସ୍ତାନକୁ ହରାଇଥିଲା। ତେବେ ଦେଖିବାର କଥା ରହିଲା କିଏ ଆଜି ମାରିବ ବାଜି।

Leave a Reply

Your email address will not be published. Required fields are marked *