Dizitally arrested
& Done ହେଇଗଲେ କି ଆମ ମୁଖିଆ
ନୂଆଦିଲ୍ଲୀ : (ବିଜୟ ସାହୁ)- କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟେକି ଟେକି ବେହୋସ ହେଲା,ତେଣୁ ତୁମ୍ଭମାନଙ୍କର ଅବଗତି ନିମନ୍ତେ ନିମ୍ନରେ କିଛି ସୂଚନା ପ୍ରଦାନ କରୁଛି ।
ଅନ୍ଧଭକ୍ତ ଚାଙ୍ଗୁମଙ୍ଗୁ ମାନ୍ୟବରଗଣ
ଆମେରିକା ଭାରତରୁ ରପ୍ତାନୀ ହେଉଥିବା ବସ୍ତୁ ଓ ସାମଗ୍ରୀ ଉପରେ ଟାରିଫ 50% ରୁ 18% ହ୍ରାସ କରି ନାହିଁ । ଓଲଟି ଅଧିକ ପରିମାଣରେ ଟାରିଫ ଲାଗୁ କରିଛି ।
ଉଦାହରଣ ସ୍ୱରୂପ ଟ୍ରମ୍ପଙ୍କ ଦ୍ଵିତୀୟ ପାଳିରେ 2025 ପୂର୍ବରୁ ଆମେରିକା WTO ନିୟମ ଅନୁଯାୟୀ ଭାରତକୁ ଷ୍ଟାଣ୍ଡାର୍ଡ ଏମଏଫଏନ ରେଟ ଭିତରେ ରଖିଥିଲା । ତେଣୁ ଭାରତରୁ ଯେଉଁ ସାମଗ୍ରୀ ଆମଦାନୀ କରୁଥିଲା ସେଥିରେ Weighted average duty 2%-3% ଥିଲା ।
କେତେକ ଉତ୍ପାଦ 0-5% ବା Duty free ଥିଲା । Textiles/Apparel 5-15% ଥିଲା । କୌଣସି Punitive Tariff ନଥିଲା । 2024 ରେ ଭାରତର ରପ୍ତାନୀ $87.3ବିଲିୟନ ଥିଲା ।
ବର୍ତ୍ତମାନ ଯେଉଁ 18% ଟାରିଫ ହେଲା ବୋଲି ଚାଙ୍ଗୁମଙ୍ଗୁ ଗୋଷ୍ଠୀ ଖୁସି ହେଉଛ ସେଥିରେ ଆଦୌ ଖୁସି ହୁଅ ନାହିଁ, ବରଂ Trade Aggrement copy ଯଦି ପାଖରେ ରହିଛି ତାହେଲେ ଆମକୁ ଜଣାଅ ।
ଦ୍ଵିତୀୟ କଥା ହେଲା ଗତକାଲି ବାଣିଜ୍ୟ ମନ୍ତ୍ରୀ ପ୍ରାୟ 45 ମିନିଟ ସାମ୍ବାଦିକ ସମ୍ମିଳନୀ କରି ଯାହା କହିଲେ ସେଥିରୁ କୌଣସି କଥା ବୁଝି ହେଲାନି । କେବଳ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଗାଳି ଦେଇ ଚାଲିଗଲେ ।
ତେଣୁ 18% ଟାରିଫ ଉପରେ ଆଉ ଡମ୍ଭରୁ ନ ବଜେଇ Zero Tariff,Non- trade barrier ,Agri-diary କଥା ବୁଝାଅ । INDIA WANTS TO KNOW .
ତମେ ଯଦି ବୁଝେଇ ପାରୁନ, ତାହେଲେ ଆମଠୁଁ ଶୁଣ ।
ଆମେ ଶିଳ୍ପୋନ୍ନତ ଦେଶ ନୁହେଁ । କୃଷି ଓ କୃଷି ଜଡ଼ିତ କ୍ରିୟାକର୍ମ ହିଁ ଭାରତର ମେରୁଦଣ୍ଡ । ଦେଶର ପ୍ରାୟ 70 କୋଟି ଅର୍ଥାତ ଅଧେ ଲୋକ ଏହା ଉପରେ ନିର୍ଭର କରନ୍ତି ।ଆମେରିକା କିମ୍ବା ଇଉରୋପ ଭଳିଆ ଆମର କୃଷି ଯାନ୍ତ୍ରିକରଣ କିମ୍ବା କର୍ପୋରେଟୀକରଣ ହେଇନାହିଁ । କୃଷି ହିଁ ଆମର ଜୀବନ । ବିଶ୍ୱର 90% ଖାଦ୍ୟ ବାଣିଜ୍ୟକୁ ଗୋଟିଏ ପାପୁଲିର ଆଙ୍ଗୁଠି ସଂଖ୍ୟକ ବହୁଜାତୀୟ କର୍ପୋରେସନ ନିୟନ୍ତ୍ରଣ କରୁଛନ୍ତି । ତେଣୁ ଆମେ ଯଦି ନିଜର ସୁରକ୍ଷାକୁ ଢିଲା କରୁ ତାହେଲେ ଆମର କୃଷକ ସେଇ ବିଶ୍ୱ ବୃହତ କମ୍ପାନୀଙ୍କ ଦୟାରେ ବଞ୍ଚିବେ ।
ମହାତ୍ମା ଗାନ୍ଧୀଙ୍କ କଥା ଟିକିଏ ଚିନ୍ତା କର । ତାଙ୍କର ପ୍ରଖ୍ୟାତ ଉକ୍ତିଥିଲା India lives in her village .
ଆମ ପାଇଁ କୃଷି ଯେତିକି ଅପରିହାର୍ଯ୍ୟ ସେମାନଙ୍କ ପାଇଁ ତାହା ନୁହେଁ । ସେମାନେ ବାଣିଜ୍ୟ ପାଇଁ କୃଷି କରନ୍ତି । ଆମେରିକା, କାନାଡ଼ା, ଇଉରୋପୀୟ ୟୁନିୟନ , ଅଷ୍ଟ୍ରେଲିଆ ପାଇଁ କୃଷି ହେଉଛି ଅନ୍ୟତମ ବୃହତ ବାଣିଜ୍ୟ ଶିଳ୍ପ । କିନ୍ତୁ ଆମ ପାଇଁ ଏହା ସବୁକିଛି- ଏନ୍ତୁଡ଼ି ଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ।
ମୋର ମନେ ପଡୁଛି ଥରେ ମାଳତୀ ଚୌଧୁରୀଙ୍କ ଠାରୁ ଶୁଣିଥିଲି ଯେତେବେଳେ ଜିମି କାର୍ଟର ଆମେରିକା ରାଷ୍ଟ୍ରପତି ହେଲେ ଓ ଜଣେ ଚାଷୀ ଆମେରିକାର ରାଷ୍ଟ୍ରପତି ହେଲେ ବୋଲି ପ୍ରଚାର ହେଇଥିଲା । ମାଳତୀ ଚୌଧୁରୀ କହିଥିଲେ ସେଇ ଚାଷୀ ଓ ଭାରତର ଚାଷୀ ଏକା ନୁହଁନ୍ତି । ତାଙ୍କ ହଳିଆ ହେଲିକ୍ୟାପ୍ଟରରେ କ୍ଷେତ ପରିଦର୍ଶନ କରେ, ଆକାଶରୁ ବିହନ ବୁଣେ,ଜଳସେଚନ କରେ, ମେସିନରେ ସବୁକିଛି ହୁଏ । କିନ୍ତୁ ଆମ ଚାଷୀଙ୍କୁ 24 ଘଣ୍ଟା କ୍ଷେତ୍ର ପରିଦର୍ଶନ କରିବାକୁ ପଡିଥାଏ ।
ସେ ଯେତେବେଳେ କହିଥିଲେ ଓ ଆଜି ମଧ୍ୟରେ କୌଣସି ମୌଳିକ ପରିବର୍ତ୍ତନ ହେଇ ନାହିଁ ।
ଦ୍ୱିତୀୟ କଥା ହେଲା ସେମାନଙ୍କ କୃଷି Highly subsidised . ଉତ୍ପାଦିକା ଶକ୍ତି ମଧ୍ୟ ବହୁତ ଅଧିକ । ଆମେରିକାର କୃଷକ ହାତରେ ହଜାର ହଜାର ହେକ୍ଟର ଜମି । ବିଶ୍ୱ କୃଷି ବଜାରକୁ ନିୟନ୍ତ୍ରଣ କରି ସେମାନେ ଶୋଷଣକାରୀ ମୂଲ୍ୟ ନିର୍ଦ୍ଧାରଣ (Pedatory pricing ) କରନ୍ତି ।କିନ୍ତୁ ଭାରତ ପାଇଁ କୃଷି ହେଉଛି ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ।ଆମର କୃଷକ ହାରାହାରି 2.5 ହେକ୍ଟର ଜମିର ମାଲିକ । ତେଣୁ ଏମାନଙ୍କ ସୁରକ୍ଷା ଯଦି ଗ୍ୟାରେଣ୍ଟି କରା ନଯାଏ ସେମାନେ ଅନ୍ନଦାତା ହେବେ ତ ?
ଏହି ସବୁ ଦେଶ ଭାରତ ବଜାରକୁ ଚାତକ ଭଳି ଚାହିଁଛନ୍ତି । ଏକଥା ଆମେରିକାର କୃଷି ମନ୍ତ୍ରୀ ଖୋଲାଖୋଲି ଘୋଷଣା କଲେ ।
ତେଣୁ ଯେତେବେଳେ ଆର୍ଥରୁ ଡଙ୍କେଲ ମହାଶୟଙ୍କ ଚିଠା ପ୍ରସ୍ତାବ ଅନୁଯାୟୀ 1995 ମସିହାରେ GATT ସ୍ଥାନରେ WTO ଗଠନ ହେଲା ସେତେବେଳେ ଏହାକୁ ବିଶ୍ୱବ୍ୟାପୀ ବିରୋଧ ହେଇଥିଲା । ଏହି କର୍ପୋରେଟ ଚାଳିତ ବିଶ୍ବାୟନ ସଂସ୍ଥାକୁ ସାମାଜିକ ସଂଗଠନ, ଶ୍ରମିକ ସଂଗଠନ, କୃଷକ ସଙ୍ଗଠନ ,ପରିବେଶବିତ ତୀବ୍ର ବିରୋଧ କରିଥିଲେ । ଯୁକ୍ତି ଥିଲା ବିଶ୍ୱ ବାଣିଜ୍ୟ ସଂସ୍ଥାର ନିୟମଗୁଡ଼ିକ ବିକାଶମୁଖୀ ଦେଶ ଓ ଜାତୀୟ ସାର୍ବଭୌମତ୍ୱର ପରିପନ୍ଥୀ । ସାମାଜିକ,ପରିବେଶଗତ ସୁରକ୍ଷା ଓ ଶ୍ରମ କଲ୍ୟାଣ ରହିତ ମୁକ୍ତ ବାଣିଜ୍ୟ ପାଇଁ ଉଦିଷ୍ଟ ।ଭାରତ ଏହାର ପ୍ରତିଷ୍ଠାତା ସଭ୍ୟ ଭାବରେ ଯୋଗ ଦେଲା ବେଳେ ମଧ୍ୟ ଆନ୍ଦୋଳନ ହେଇଥିଲା । ଆଜିର ଚାଙ୍ଗୁମଙ୍ଗୁ ପାର୍ଟିର ନେତାମାନେ ମଧ୍ୟ ବିରୋଧ କରିଥିଲେ ଓ ଆମ ସହିତ ମିଶି ଆନ୍ଦୋଳନ କରିଥିଲେ ।
ବିଶ୍ୱବ୍ୟାପି ଏହି ବୀରୋଧିତାର ଯେଉଁ ବିନ୍ଦୁଗୁଡିକ ଥିଲା –
1-ବିଶ୍ଵ ବାଣିଜ୍ୟ ସଂସ୍ଥାକୁ ଏକ ଅନିର୍ବାଚିତ, ଅଗ୍ରହଣୀୟ ବିଶ୍ୱ ସରକାର ଭାବରେ ପ୍ରୋଜେକ୍ଟ କରା ଯାଇଥିଲା ଯେଉଁଠି ସମସ୍ତ ବାଣିଜ୍ୟ ବିବାଦକୁ ସମାଧାନ କରିବାକୁ ହେବ ।ଏହା ଦେଶର ଗଣତାନ୍ତ୍ରିକ ପଦ୍ଧତିରେ ପ୍ରଣୀତ ଆଇନ ଯଥା ପରିବେଶ ସୁରକ୍ଷା ଆଇନ, ଖାଦ୍ୟ ସୁରକ୍ଷା ଆଇନକୁ ଲଙ୍ଘନ କରୁଥିଲା । ଏହା ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ;
2- କୃଷି ଓ ବୌଦ୍ଧିକ ସମ୍ପତ୍ତି ସେକ୍ଟର ରେ ଏହା ଶ୍ରମ ଅଧିକାର ଓ ପରିବେଶ ସୁରକ୍ଷା ପ୍ରଶ୍ନକୁ ଏଡ଼େଇ ଯାଇଥିଲା । ଉଦାହରଣ ସ୍ଵରୂପ କେଉଁ ପ୍ରକ୍ରିୟାର ଉତ୍ପାଦନ ହେଉଛି ଇତ୍ୟାଦି କଟକଣା ;
3- ବିକାଶଶୀଳ ଦେଶମାନଙ୍କ ପ୍ରତି ଅବିଚାର ଯଥା ଧନୀ ଦେଶଗୁଡିକ ନିଜର ଇଣ୍ଡଷ୍ଟ୍ରିର ସୁରକ୍ଷା ବ୍ୟବସ୍ଥା ଚାହୁଁଥିଲେ ଓ ବିକାଶୋନ୍ମୁଖୀ ଦେଶମାନଙ୍କୁ ବଜାର ଖୋଲିଦେବା ଚାହୁଁଥିଲେ , ବିଶେଷ କରି କୃଷି କ୍ଷେତ୍ରରେ ;
4- କ୍ଷୁଦ୍ର ଚାଷୀ ଓ ଖାଦ୍ୟ ନିରାପତ୍ତାକୁ ବିପନ୍ନ କରୁଥିଲା । କାରଣ ବିଶ୍ୱ ବାଣିଜ୍ୟ ସଂସ୍ଥା ସରକାରୀ ଫସଲ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କ୍ଷେତ୍ରରେ ସୀମା ନିର୍ଦ୍ଧାରଣ କରୁଥିଲା ;
5- ଜନସ୍ୱାସ୍ଥ୍ୟ ଉପରେ ବିପଦ ଥିଲା, କାରଣ ଔଷଧ କମ୍ପାନୀଗୁଡିକର ପେଟେଣ୍ଟ ସୁରକ୍ଷା ଉପରେ ଚାପ ସୃଷ୍ଟି ;
6-ମୁଖ୍ୟ ବିନ୍ଦୁଗୁଡିକର ଆଲୋଚନା ଆନୁଷ୍ଠାନିକ ବୈଠକରେ ନ କରି ଅଣ ଆନୁଷ୍ଠାନିକ ଆଲୋଚନାରେ ନିଷ୍ପତ୍ତି ହେଉଥିଲା ଯେଉଁଥିରେ ଅଧିକାଂଶ ବିକାଶଶୀଳ ଦେଶ ସୁଯୋଗ ପାଉ ନଥିଲେ ।
ଏହି ସବୁ ବିବାଦ ଯୋଗୁଁ 1999 ମସିହା “Battle of Seattle ” ମନ୍ତ୍ରୀ ସ୍ତରୀୟ ସମ୍ମିଳନୀରେ ଶ୍ରମିକ ସଂଗଠନ, ପରିବେଶବିତ ଓ ସାମାଜିକ କର୍ମୀଙ୍କ ଐତିହାସିକ ପ୍ରତିବାଦ ଆନ୍ଦୋଳନ ହେଇଥିଲା ।
ମୂଳରୁ ହିଁ ଅଧିକାଂଶ ବିକାଶଶୀଳ ଦେଶ କୃଷିକୁ ବିଶ୍ୱବାଣିଜ୍ୟ ସଂଗଠନ ବାହାରେ ରଖିବାକୁ ଦାବୀ କରୁଥିଲେ । କିନ୍ତୁ ପୂରା ପୁରୀ ସଫଳ ହେଇ ନଥିଲେ । ଏହି ବିବାଦ ଏବେ ମଧ୍ୟ ରହିଛି ଓ ଭାରତର ଚାଷୀକୁଳ ଏଥିପାଇଁ କ୍ରମାଗତ ଲଢେ଼ଇ କରୁଛି ।
ଏହି ପଟ୍ଟଭୂମୀରେ ମୋଦୀ ସରକାର ଆମେରିକା ସହ ଯେଉଁ ଟ୍ରେଡ଼ ଡିଲ କରିଛନ୍ତି ଓ ଭାରତୀୟ କୃଷି ଓ କୃଷକଙ୍କୁ ଶିକାରୀ କର୍ପୋରେଟ ମାନଙ୍କ ନିକଟରେ ଛାଡି ଦେବାକୁ ଯାଉଛନ୍ତି ଇତିହାସ କେବେ ବି କ୍ଷମା ଦେଵ ନାହିଁ ।
କ୍ରମଶଃ –
( Non-Trade barrier etc)ମୁଁ ପୂର୍ବରୁ ଆମେରିକା-ଭାରତ ଟ୍ରେଡ଼ ଡିଲ ଉପରେ କିଛି ଆଲୋଚନା କରି ସାରିଛି ।ଆଉ କିଛି କଥା ଆଲୋଚନା କରିବି ।
ମୂଳ ବିଷୟକୁ ଯିବା ପୂର୍ବରୁ ଆଉ ଗୋଟିଏ କଥା ସମ୍ୟକ ଆଲୋଚନା କରିବି ।
ଆମେ ପ୍ରତିଦିନ ସାଇବର କ୍ରାଇମ ଉପରେ ଖବର ଶୁଣୁ । କିଛି ବଡ଼ ବଡ଼ ଅପରାଧ Dizital arrest ମାଧ୍ୟମରେ ହେଉଛି । ଏହି କୌଶଳ ହେଲା କିଛି ଅପରାଧୀ ନିଜକୁ ସରକାରୀ ଉଚ୍ଚ ଅଫିସର, ପୋଲିସ ଅଫିସର ପରିଚୟ ଦେଇ ଭିଡିଓ କଲ ମାଧ୍ୟମରେ/ ଏଆଇ ଟେକ୍ନୋଲୋଜି ମାଧ୍ୟମରେ ବିତ୍ତଶାଳୀ ଗୃହସ୍ୱାମୀଙ୍କୁ ସ୍ମଗଲିଙ୍ଗ, ମନୀଲଣ୍ଡରିଂ ଭୟଭୀତ କରାଇ ବ୍ୟାଙ୍କର ସଞ୍ଚିତ ସମସ୍ତ ସଞ୍ଚୟକୁ ପୋଛି ନେଇଥାନ୍ତି । କିନ୍ତୁ ଗୃହସ୍ୱାମୀ ବହୁ ଦିନ ଏକଥାକୁ ପରିବାର ଠାରୁ ଲୁଚେଇ ଥାନ୍ତି । ସେ ଭାବନ୍ତି ଅଫିସର କାଗଜାତି ଦେଖି କିଛି କମିଶନି ନେଇ ବାକି ଧନ ବ୍ୟାଙ୍କରେ ଡିଜିଟାଲ ଟ୍ରାନ୍ସଫର କରିଦେବେ ।
ସେମିତି ବୋଧେ କୌଣସି ଭୟରୁ ପ୍ରଧାନମନ୍ତ୍ରୀ Dizitally arrest ହେଇ( ଟେଲିଫୋନ କଲ) ଟ୍ରେଡ଼ ଡିଲ ଉପରେ ଆମେରିକା ସର୍ତ୍ତକୁ ମାନି ଯାଇଛନ୍ତି । ତେଣୁ ବାଣିଜ୍ୟ ମନ୍ତ୍ରୀ ସ୍ୱଷ୍ଟ କହୁ ନାହାନ୍ତି । କେବଳ ଭାରତର କୃଷି/ଦୁଗ୍ଧ ଶିଳ୍ପ ସୁରକ୍ଷିତ ବୋଲି କହି ଖସି ଯାଉଛନ୍ତି । ଚୁକ୍ତିନାମା କାଗଜପତ୍ର ଆସିଲେ ସବୁ କଥା ଜଣା ପଡିବ ।
ବର୍ତ୍ତମାନ ଗୈର-ବାଣିଜ୍ୟ ପ୍ରତିବନ୍ଧ ସମ୍ପର୍କରେ କିଛି ଆଲୋଚନା କରିବି ।
ପ୍ରଥମେ ଇଉରୋପୀୟ ଦେଶମାନଙ୍କ କଥା ଦେଖିବା । ସେମାନଙ୍କ Carbon Boarder Law ରହିଛି । ଏହା ଗୋଟିଏ ମୁଖ୍ୟ ପରିବେଶ ଜନିତ ବାଣିଜ୍ୟ ପ୍ରତିବନ୍ଧ । ଏହା ହେଉଛି Carbon Boarder Adjustment Mechanism (CBAM) ଯାହା ମାଧ୍ୟମରେ ସେମାନେ Carbon leakage ବିଷୟକୁ ଯେଉଁ ଦେଶମାନେ ପରିବେଶ ଆଇନକୁ ଠିକ କାର୍ଯ୍ୟକାରୀ କରୁ ନାହାନ୍ତି ସେଇ ଦେଶର ସିମେଣ୍ଟ, ଲୌହ ଓ ଇସ୍ପାତ,ଆଲୁମିନିୟମ,ବିଦ୍ୟୁତ ଶକ୍ତି ଓ ଉଦଜାନ ଗ୍ୟାସ ଇତ୍ୟାଦି ଶିଳ୍ପ ଜାତ ସାମଗ୍ରୀ ଉପରେ କାର୍ବନ ଟାରିଫ ଲାଗୁ କରନ୍ତି । ସେହିପରି ଭାରତରୁ ରପ୍ତାନୀ ହେଉଥିବା କୃଷିଜାତ ଉତ୍ପାଦନ ଉପରେ NTBs ଲାଗୁକରି ଇଉରୋପୀୟ ଖାଉଟି, ପଶୁ ଓ ବୃକ୍ଷ ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷା ପ୍ରଦାନ କରନ୍ତି ।ଏହା ଫଳରେ ସେଇ ଦେଶମାନଙ୍କ ସହ ରପ୍ତାନୀ ବାଣିଜ୍ୟ ପ୍ରତିଦ୍ବନ୍ଦିତାରେ ତିଷ୍ଟି ପାରନ୍ତି ନାହିଁ । ଗତ ଜାନୁୟାରୀ ରେ ଭାରତ ଯେଉଁ କଥିତ Mother of all deals କଲା ସେଥିରେ ମଧ୍ୟ ଏହି NTBs/ SPS ଷ୍ଟାଣ୍ଡାର୍ଡକୁ କୋହଳ କରି ନାହାନ୍ତି । ତେଣୁ ଭାରତୀୟ ରପ୍ତାନୀକାରୀଙ୍କ ସମସ୍ୟା ହେଉଛି ବାସୁମତୀ ଚାଉଳରେ Tricyclazole, ମସଲା ରେ Ethynele, Chlorophyrifos,Imidaclopid,Thiamethoxam,
Clothianidin ଇତ୍ୟାଦିର ଅବଶିଷ୍ଠ ଅଂଶ ବିବାଦ ।
ସେମିତି ଆମେରିକାରେ Emissions bench marking ପାଇଁ ଦ୍ଵିପାକ୍ଷିକ ପ୍ରସ୍ତାବ ଯଥା PROVE IT ACT ରହିଛି । Foreign pollution fee act, Clean competition act ରହିଛି । ଏହା ମାଧ୍ୟମରେ ଘରୋଇ ବଜାର କୁ ସୁରକ୍ଷିତ କରିଥାନ୍ତି । କୃଷିଜାତ ଦ୍ରବ୍ଯ ଉପରେ ବିଭିନ୍ନ ପ୍ରକାର କୀଟନାଶକ ଓ ସାର ଅବଶିଷ୍ଟ ଅଂଶ ନିୟମକୁ କଠୋର ଭାବରେ କାର୍ଯ୍ୟକାରୀ କରୁଥିବାରୁ ଭାରତ ଭଳି ବିକାଶଶୀଳ ଦେଶମାନେ ଏହାକୁ ପାଳନ କରିବା କଷ୍ଟକର ହେଉଛି ।
ସେହିପରି ଆମ ଦେଶରେ ଆମଦାନୀ ନିୟନ୍ତ୍ରଣ ଓ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ NBTs ରହିଛି । ଏହା ମାଧ୍ୟମରେ ଆମଦାନୀ ନିୟନ୍ତ୍ରଣ ଓ ଘରୋଇ ଶିଳ୍ପକୁ ସୁରକ୍ଷା ଦିଆ ଯାଇଥାଏ । ସେଥିପାଇଁ ବିଭିନ୍ନ ମାନକ, ରେଗୁଲେଶନ, ଲାଇସେନ୍ସ ବ୍ୟବସ୍ଥା ରହିଛି । ଉଦାହରଣ ସ୍ୱରୂପ BIS ସାର୍ଟିଫିକେଟ,ଖାଦ୍ୟ ସୁରକ୍ଷା ପାଇଁ ସାନିଟାରୀ ଓ ଫାଇଟୋସାନିଟାରୀ (SPS) ବ୍ୟବସ୍ଥା ରହିଛି । କଠୋର ଆମଦାନୀ ଲାଇସେନ୍ସ ଓ ଆଣ୍ଟି ଡପିଙ୍ଗ ଟିକସ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ମାତ୍ର 1.6% ଶ୍ରମ ଶକ୍ତି ପ୍ରତ୍ୟକ୍ଷ କୃଷି ଫାର୍ମ ସହ ଜଡ଼ିତ, କାନାଡ଼ାରେ ଏହା 1.3%, ଇଉରୋପୀୟ ୟୁନିୟନରେ 3.9% ଓ ଅଷ୍ଟ୍ରେଲିଆରେ 2.1% ରୁ 2.2% । ମାତ୍ର ଭାରତରେ ପ୍ରାୟ 50% ଶ୍ରମଶକ୍ତି ପ୍ରତ୍ୟକ୍ଷ କୃଷିରେ ।
ତେଣୁ ଏହାକୁ ସୁରକ୍ଷା ଦେବାପାଇଁ ଆମଦାନୀ ଉପରେ ପ୍ରବନ୍ଧକ ନିୟମ ରହିଛି । କିଛି କ୍ଷେତ୍ରରେ ପ୍ରତିବନ୍ଧ ନଥିଲେ ମଧ୍ୟ ଟାରିଫକୁ ସର୍ବାଧିକ ରଖା ଯାଇଛି ।
ଉଦାହରଣ ସ୍ଵରୂପ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ବିଚାର କରି 60% ସ୍କିମ୍ମେଡ଼ ମିଲକ ପାଉଡର, 30% ଛେନା ଓ ଦହି ଉପରେ ଆମଦାନୀ ଶୁଳ୍କ ରଖା ଯାଇଛି ।
ଗହମ,ଅଣବାସୁମତୀ ଚାଉଳ,ମକା/ବାଜରା,ଭଙ୍ଗା ଚାଉଳକୁ ମଧ୍ୟ ସମ୍ବେଦନଶୀଳ ବର୍ଗରେ ରଖି ଅଧିକ ଟାରିଫ ଓ ଆବଶ୍ୟକ ରପ୍ତାନୀ ବ୍ୟାନ ମାଧ୍ୟମରେ ସୁରକ୍ଷା ପ୍ରଦାନ ହେଉଛି ।
ଭୋଜନ ତେଲ ,ସୋୟାବିନ ତେଲ, ରାଶି ତେଲ,ଅପରିଶୋଧିତ ତେଲ ସୁରକ୍ଷା ପାଇଁ ପ୍ରାୟ 30% ଟାରିଫ ରଖା ଯାଇଛି ।
ଅତଏବ ଏଭଳି ପୃଷ୍ଠଭୂମିରେ ଭାରତ ଯଦି ନିଜର ଗୈର-ବାଣିଜ୍ୟ ପ୍ରବନ୍ଧକ ନିୟମଗୁଡ଼ିକୁ କୋହଳ କରିଦିଏ ତାହେଲେ ଆମେରିକାର କୃଷି ଉତ୍ପାଦଗୁଡ଼ିକ ପାଇଁ ଭାରତ ଗୋଦାମ ହେଇଯିବ । ଆମର କିଛି ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ ହୁଏତ ଆମେରିକା କମ୍ପାନୀମାନଙ୍କର ସୁନ୍ଦର ପ୍ୟାକେଟ, ଶସ୍ତା ସାମଗ୍ରୀ ପ୍ରତି ଆକର୍ଷିତ ହେବେ, କିନ୍ତୁ ଦେଶର ମୂଳ ଅର୍ଥନୈତିକ ଆଧାର କୃଷି ଓ କୃଷିକୁ ଭିତ୍ତିକରି ରହିଥିବା କୁଟୀର ଶିଳ୍ପ ଗୁଡିକ ଭୁଶୁଡି ଯିବ ଏବଂ ସରକାରଙ୍କ ଅମୃତକାଳ1947 ବିକଶିତ ଭାରତ ପ୍ରଶ୍ନର ଉତ୍ତର ମିଳିବ ନାହିଁ ।
To be Continued.

