ଜିମ୍ବାୱେ ଗସ୍ତରୁ ବାଦ୍ ପଡ଼ିଲେ ଏହି ୩ ଖେଳାଳି…
ଜୁଲାଇ ୬ରୁ ଜିମ୍ବାୱେରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ। ଦଳ ଘୋଷଣା କରଯାଇଥିଲା କିନ୍ତୁ ଏବେ ଏଥିରେ ଦେଖାଦେଇଛି ପରିବର୍ତ୍ତନ । ପୂର୍ବରୁ ଜିମ୍ବାୱେ ଟି-୨୦ ସିରିଜ ପାଈଁ ଦଳରେ ଦୁବେ, ସାମସନ ଓ ଜୈସୱାଲ ଦଳରେ ରଖାଯାଇଥିଲା। କିନ୍ତୁ ଏବେ ଏହି ୩କ୍ରିକେଟର ବାଦ୍ ପଡ଼ିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଜିମ୍ବାୱେ ଗସ୍ତ ପୂର୍ବରୁ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ସଞ୍ଜୁ ସାମସନ, ଶିବମ୍ ଦୁବେ ଏବଂ ଯଶସ୍ୱୀ ଜୈସୱାଲଙ୍କ ବଦଳରେ ଏହି ୩ଜଣଙ୍କୁ ଦଳରେ ସାମିଲ କରାଯାଇଥିବା ଜଣାପଡ଼ିଛି।ଏହାର କାରଣ ହେଉଛି ଏବେ ଟିମ୍ ଇଣ୍ଡିଆ ବର୍ବୋଡୋସ ରେ ରହିଛି ସେଠାରେ ହୋଇଥିବା ଘୂର୍ଣ୍ଣିବଳୟ ପାଇଁ ବିଶ୍ଵକପ ବିଜେତା ଦଳ ସେଠାରେ ଫସି ରହିଛି। ବିସିସିଆଇ ଅଧିକାରୀମାନେ ମଧ୍ୟ ଟିମ୍ ସହିତ ଥିବା ଜଣାପଡ଼ିଛି। ତେବେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ୍ ଦଳର ୧୫ଜଣିଆ ଦଳରେ ସଞ୍ଜୁ ସାମସନ, ଶିବମ୍ ଦୁବେ ଏବଂ ଯଶସ୍ୱୀ ଜୈସୱାଲଙ୍କୁ ସାମିଲ କରାଯାଇଥିଲା। ଏପଟେ ଜିମ୍ବାୱେ ସିରିଜ୍ ପାଇଁ ଯୁବ ଦଳ ବାହାରି ସାରିଛନ୍ତି । ଏହି କାରଣରୁ ସଞ୍ଜୁ ସାମସନ, ଶିବମ୍ ଦୁବେ ଏବଂ ଯଶସ୍ୱୀ ଜୈସୱାଲ ବାଦ୍ ପଡିଛନ୍ତି।