ଭାରତକୁ ପ୍ରଥମେ ଭେଟିବ ଅଷ୍ଟ୍ରେଲିଆ

ଭୁବନେଶ୍ବର; ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ବିଶ୍ବକପ ୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣ କରିଛି। ଯେଉଁଥିରେ ଦେଖାଦେଇଛି ବିଶ୍ୱକପର ପ୍ରଥମ ମ୍ୟାଚ୍ ୨୦୧୯ ବିଶ୍ବକପର ବିଜେତା ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡ ଭିତରେ ଖେଳାଯିବ । ସେହିପରି ତାର ୨ଦିନ ପରେ ବା ୮ ତାରିଖରେ ଚେନ୍ନାଇର ଚେପକରେ ୨ ଥରର ଚମ୍ପିୟାନ ଓ ଏଥର ଆୟୋଜକ ଭାରତ ସହିତ ମ୍ୟାଚ୍ ଖେଳିବ ଚାରି ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ଭାରତ ଏହି ବିଶ୍ବକପରେ ଲିଗ୍ ଷ୍ଟେଜରେ ମୋଟ୍ ୬ ଟି ମ୍ୟାଚ୍ ଖେଳିବ। ଯେଉଁଥିରେ ଅଷ୍ଟ୍ରେଲିଆ, ପାକିସ୍ତାନ, ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡ ପରି ବଡ଼ ଦଳ ସାମିଲ୍ ଅଛନ୍ତି । ତେବେ ଏଥର ବିଶ୍ୱକପ ଭାରତରେ ହେଉଥିବାରୁ ଭାରତକୁ ଫେବରାଇଟ୍ ଦଳ ଭାବେ ବିବେଚିତ କରାଯାଉଛି । ଦୀର୍ଘ ୧୦ ବର୍ଷ ଧରି କୌଣସି ଆଇସିସି ଟ୍ରଫି ଜିତି ନଥିବା ଭାରତ ପାଇଁ ଏଥର ସୁବର୍ଣ୍ଣ ସୁଯୋଗ ଅଛି ବୋଲି କୁହାଯାଇପାରିବ । ୨୦୧୧ ପରି ଭାରତରେ ପୁଣି ବିଶ୍ୱକପର ଆୟୋଜନ କରାଯାଉଛି। ଯାହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଆଡଭାଣ୍ଟେଜ୍ । ତେବେ ଦେଖିବର କଥା ରହିଲା ଯେ କପିଲ୍ ଦେବ୍, ଏବଂ ଧୋନିଙ୍କ ପରି ରୋହିତ ଶର୍ମା ବିଶ୍ୱକପ୍ ଜିତିବାରେ ସଫଳ ହେଉଛନ୍ତି କି ନାହିଁ ?

Leave a Reply

Your email address will not be published. Required fields are marked *