ପ୍ରଥମ ଥର ଏସୀୟ କ୍ରୀଡ଼ାରେ ସାମିଲ ହେବ ଭାରତୀୟ କ୍ରିକେଟ୍ ଦଳ

ମୁମ୍ବାଇ: ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍‌ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲ୍‌ରେ ଅନୁମୋଦନ ମିଳିଛି। ସେପ୍ଟେମ୍ବର ୨୮ ତାରିଖରୁ ଚୀନରେ ଆରମ୍ଭ ହେଉଥିବା ଏହି ଏସୀୟ ମହାକୁମ୍ଭରେ ବିସିସିଆଇର ଦ୍ବିତୀୟ ପୁରୁଷ ଦଳ ଭାଗ ନେବ। କିନ୍ତୁ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେଉଥିବା ମହିଳା ବର୍ଗରେ ଭାରତର ମୁଖ୍ୟ ଦଳ ଏଥିରେ ଅଂଶଗ୍ରହଣ କରିବ।

ଏସୀୟ କ୍ରୀଡ଼ା ଇତିହାସରେ କ୍ରିକେଟ୍‌ ତୃତୀୟ ଥର ପାଇଁ ସାମିଲ ହୋଇଛି। ପୂର୍ବରୁ ଦୁଇଥର ଏସୀୟ କ୍ରୀଡାରେ କ୍ରିକେଟ୍ ସାମିଲ କରାଯାଇଥିଲେ  । ହେଲେ ସେଥିରେ ଭାରତ  ଅଂଶଗ୍ରହଣ କରିନଥିଲା। ଏବେ ଏସୀୟ କ୍ରୀଡ଼ା ଆୟୋଜନ ସମୟ ବେଳକୁ ଭାରତରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେଉଥିବାରୁ ମୁଖ୍ୟ ପୁରୁଷ ଦଳକୁ ଏସିଆ ଇଭେଣ୍ଟ ପାଇଁ ପଠାଯିବା ସମ୍ଭବ ନୁହେଁ। ବୋଲି ବିସିସିଆଇ କହିଛି । ତଥାପି ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତୀୟ କ୍ରିକେଟ୍‌ ଦଳ ସ୍ବର୍ଣ୍ଣ ପଦକ ପାଇଁ ଦାବିଦାର ଦଳ ପେସ କରିବ ।ଆଗକୁ ବିଶ୍ବକପ ଥିବାରୁ  ଆନ୍ତର୍ଜାତିକ କ୍ରିକେଟ୍‌ରେ ବ୍ୟସ୍ତବହୁଳ ସମୟ ଚାଲିଛି। ତଥାପି ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାରତୀୟ ପୁରୁଷ ଓ ମହିଳା ଦଳକୁ ଏସୀୟାନ ଗେମ୍ସରେ ଭାଗନେବାକୁ  ବିସିସିଆଇ ପକ୍ଷରୁ ମଞ୍ଜୁରୀ ମିଳିଛି  ।

Leave a Reply

Your email address will not be published. Required fields are marked *