ଆସନ୍ତାକାଲି ଭୁବନେଶ୍ବରରେ ରୋଡ଼ ସୋ କରିବ ଭାରତୀୟ ହକି ଦଳ

ଭୁବନେଶ୍ବର;ଚଳିତ ବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶାରେ କରିବେ ରୋଡ଼ ସୋ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକି ଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ପରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଶୋଭାଯାତ୍ରା ଆୟୋଜନ। କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ଓଡ଼ିଶା ସରକାର ପ୍ରତିଟି ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *