ଏଣିକି ଏହି ଦେଶରେ ଚାଲିବ ଭାରତ ମୁଦ୍ରା, ଜାଣନ୍ତୁ … କିଏ ଏହି ଦେଶ ?
ଭୁବନେଶ୍ୱର : ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କାକୁ ଏକ ପ୍ରମୁଖ ମୁଦ୍ରା ଭାବରେ ପ୍ରତିଷ୍ଠା କରିବାକୁ ଭାରତ ସରକାର ଦୀର୍ଘ ଦିନ ଧରି ଚେଷ୍ଟା କରିଆସୁଛନ୍ତି। ରୁଷ – ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷ ସହିତ ଟଙ୍କା କାରବାର ଆରମ୍ଭ କରିଥିଲା । ବର୍ତ୍ତମାନ ଏହି ପର୍ଯ୍ୟାୟରେ ଭାରତ ତାର ପଡୋଶୀ ଦେଶ ବାଂଲାଦେଶ ସହିତ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି । ଗତକାଲି ଏହି ଐତିହାସିକ ପଦକ୍ଷେପ ଜରିଆରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆରମ୍ଭ ହୋଇଛି । ଯାହା ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଆଞ୍ଚଳିକ ବାଣିଜ୍ୟକୁ ଆହୁରି ମଜବୁତ୍ କରିବାରେ ସହାୟକ ହେବ । ବାଂଲାଦେଶ ପ୍ରଥମ ଥର ଡଲାର ବ୍ୟତୀତ ଅନ୍ୟ ଏକ ମୁ୍ଦ୍ରାରେ ବାଣିଜ୍ୟ ଆରମ୍ଭ କରିଛି । ଏକ କାର୍ଯ୍ୟକ୍ରମରେ ବାଂଲାଦେଶ ବ୍ୟାଙ୍କ ଗଭର୍ଣ୍ଣର ଅବଦୁର ରଉଫ ତାଲୁକଦାର ଯୋଗ ଦେଇ ଟଙ୍କାରେ ବ୍ୟବସାୟିକ କାରବାରକୁ ଏକ ମହାନ ଯାତ୍ରାର ପ୍ରଥମ ପଦକ୍ଷେପ ବୋଲି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ଉଭୟ ଦେଶ ଆର୍ଥିକ ସହଯୋଗରେ ଉପକୃତ ହେଉଛନ୍ତି। ସେ ପୁଣି କହିଛନ୍ତି ଯେ ଟାକା – ଭାରତ ଦୈତ୍ୟ ମୁଦ୍ରା ତିଆରି ସରଛି ଏବଂ ଏହା ସେପ୍ଟେମ୍ବର ମାସରେ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ହାଇକମିଶନର ପ୍ରଣୟ ଭର୍ମା ମଧ୍ୟ ଉପସ୍ଥିତ ଥିଲେ।