ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ MDH ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଚିନ୍ତା ବଢାଉଛନ୍ତି ଭାରତୀୟ ମସଲା କମ୍ପାନି। ଏଭରେଷ୍ଟ୍‌ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମ୍‌ଡିଏଚ୍‌ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏହି ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ MDH ଉପରେ ଯାଞ୍ଚ  ଚାଲିଛି | ଏହି ମସଲାରେ ହାରାହାରି ୧୪.୫%  ଜୀବାଣୁ ରହିଛନ୍ତି ବୋଲି କହିଛି ଆମେରିକା ।


ଗତ ମାସରେ ହଂକଙ୍କ୍‌ ଓ ସିଙ୍ଗାପୁର ଅଭିଯୋଗ ଆଣିଥିଲେ ଯେ ଏହି ମସଲାରେ କର୍କଟ ରୋଗ ସୃଷ୍ଟିକାରୀ କୀଟନାଶକ ମିଶୁଛି। ଇଥିଲନ୍ ଅକ୍ସାଇଡ୍ ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ଏବଂ ଏହା କର୍କଟ ସୃଷ୍ଟିକାରୀ ରୋଗ। ଏମ୍‌ଡିଏଚ୍‌ ମସଲାରେ ଏହା ମିଶୁଥିବାରୁ ପ୍ରତିବନ୍ଧକ ଲଗାଇଥିଲେ ଦୁଇ ଦେଶ। ଏବେ ଆମେରିକା ମଧ୍ୟ ସେହି ତାଲିକାରେ ଯୋଡ଼ି ହୋଇଛି।
ତେବେ ପୂର୍ବରୁ ଏମ୍‌ଡିଏଚ୍‌ ସହ ଏଭରେଷ୍ଟ୍‌ ମସଲା ବି ଏହି ବିବାଦରେ ଫସିଛି। ମାତ୍ର ଉଭୟ ଏମ୍‌ଡିଏଚ୍‌ ଓ ଏଭରେଷ୍ଟ୍‌ କହିଛନ୍ତି ଯେ ସେମାନଙ୍କ ଉତ୍ପାଦ ସୁରକ୍ଷିତ। ମସଲା ସଂରକ୍ଷଣ, ପ୍ରକ୍ରିୟାକରଣ କିମ୍ବା ପ୍ୟାକ୍ କରିବା ସମୟରେ ଇଥିଲିନ ଅକ୍ସାଇଡ୍ ବ୍ୟବହାର କରାଯାଉନାହିଁ ବୋଲି ଏମ୍‌ଡିଏଚ୍‌ ସଫେଇ ଦେଇଛି।
ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ)ର ରଏଟର୍ସ ଦ୍ବାରା ସଂଗୃହିତ ତଥ୍ୟ ଅନୁଯାୟୀ, ଏମ୍‌ଡିଏଚ୍‌ ମସଲାରେ ପାକସ୍ଥଳୀରେ ରୋଗ ସୃଷ୍ଟି କରୁଥିବା ଜୀବାଣୁ ସଲମାନେଲା ଥିବା ହେତୁ ତାହା ଉପରେ ପ୍ରତିବନ୍ଧକ ଲଗାଯାଇଛି।

Leave a Reply

Your email address will not be published. Required fields are marked *