ଭାରତ – ୱିଣ୍ଡିଜ ଖେଳିବେ ୧୦୦ତମ ଟେଷ୍ଟ ମ୍ୟାଚ୍ , କିନ୍ତୁ ଆଉ କ’ଣ ରହିଛି ଏହି ମ୍ୟାଚର ବିଶେଷତ୍ବ ଜାଣନ୍ତୁ …..

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ବା ଶେଷ ଟେଷ୍ଟ ଖେଳାଯିବ । ତେବେ ଏହି ମ୍ୟାଚ୍ ଆଜି ଦୁଇ ଦେଶ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି । କାରଣ ଦୁଇ ଦେଶ ଆଜି ତାର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ । ୭୫ ବର୍ଷ ପୂର୍ବେ ବା ୧୯୪୮ମସିହାରେ ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଦୀର୍ଘ ୭୫ ବର୍ଷ ପରେ ଟ୍ରିନିଡାଡର କ୍ବୁଇନ୍ସ ପାର୍କ ଓଭାଲରେ ଏହି ଐତିହାସିକ ମ୍ୟାଚ୍ ଖେଳାଯିବ । ସେହିପରି ଏହି ମ୍ୟାଚ୍ ରେ ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ବିରାଟ କୋହଲି । କୋହଲି ଏହି ମ୍ୟାଚରେ ନିଜର ୫୦୦ତମ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ତେବେ ସେ ସଚିନ ତେନ୍ଦୁଲକର , ରାହୁଲ ଦ୍ରାବିଡ ଏବଂ ଏମ.ଏସ୍.ଧୋନିଙ୍କ ପରେ ୪ର୍ଥ ଭାରତୀୟ ଖେଳାଳି ଯିଏ ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ବିରାଟ ୨୦୦୮ରେ ତାଙ୍କର ପ୍ରଥମ ଅନଃରାଷ୍ଟ୍ରୀୟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ଖେଳିଥିଲେ । ସେ ଦିନିକିଆରେ ୨୭୪, ଟେଷ୍ଟରେ ୧୧୦ , ଏବଂ ଟି-୨୦ରେ ୧୧୫ଟି ମ୍ୟାଚ୍ ଏପର୍ଯ୍ୟନ୍ତ ଖେଳିଛନ୍ତି । ଆଜିର ଏହି ମ୍ୟାଚ୍ ରେ କୋହଲି ଭଳ ପ୍ରଦର୍ଶନ କରିବାର ଆଶା ରଖି ପଡିଆକୁ ଓହ୍ଲାଇବେ ।

Leave a Reply

Your email address will not be published. Required fields are marked *