ବଡ଼ କାର କିଣିବାକୁ ପସନ୍ଦ କରୁଛନ୍ତି ଭାରତୀୟ,ଛୋଟ ଗାଡ଼ିର ବିକ୍ରି କମୁଛି

ମୁମ୍ବାଇ : ଭାରତୀୟମାନେ ବଡ କାର୍‌ କିଣିବାକୁ ପସନ୍ଦ କରୁଛନ୍ତି। ଆଗ ଅପେକ୍ଷା ଛୋଟ କାର ବିକ୍ରି ଅପେକ୍ଷା ବଡ଼ କାର ବିକ୍ରିରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ବଡ କାରରେ ଥିବା ସୁବିଧାସୁଯୋଗ ଓ ନିରାପତ୍ତାକୁ ଗ୍ରାହକ ବିଶେଷ ଧ୍ୟାନ ଦେଉଛନ୍ତି। ପ୍ରାୟ ସାଢ଼େ ସାତ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର କାର ବିକ୍ରି ହେଉଛି। ଦେଶର ବିକ୍ରି ହେଉଥିବା ମୋଟ କାର ବିକ୍ରି ୬୭ ପ୍ରତିଶତ କେବଳ ୭.୫ରୁ ୨୫ଲକ୍ଷ ମୂଲ୍ୟ କାର ବର୍ଗର ରହୁଛି। ୭.୫ରୁ ୧୨.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଗାଡ଼ିର ଭାଗ ପ୍ରାୟ ୪୨ % ରହିଛି।
ଅଟୋମୋବାଇଲ କ୍ଷେତ୍ରରେ ବିଶେଷ ଆଗ୍ରହ ରଖୁଥିବା ଜାଟୋ ଡାଇନାମିକ୍ସ ଅନୁଯାୟୀ ପାଞ୍ଚ ବର୍ଷ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ବଡ଼ ଗାଡି ବିକ୍ରି ହେଉଛି। ମୋଟ ବିକ୍ରିରେ ସେଭଳି ଗାଡ଼ିର ଭାଗ ୫୮ % ରହିଛି। ୧୦ ଲକ୍ଷ ଟଙ୍କାରୁ କମ୍ ଦାମ୍‌ର ଗାଡ଼ି ବିକ୍ରି ହ୍ରାସ ପାଇଛି। ବଡ଼ ଗାଡ଼ିରେ ଥିବା ୩୬୦ ଡିଗ୍ରି କ୍ୟାମେରା, କ୍ରୁଜ୍ କଣ୍ଟ୍ରୋଲ, ଅଧିକ ଏୟାରବ୍ୟାଗ, ସନ୍‌ରୁଫ୍, ଟଚ୍‌ସ୍କ୍ରିନ୍‌ ଡିସ୍‌ପ୍ଲେ ଆଦି ସୁବିଧା ଥିବା ଗାଡ଼ିକୁ ଲୋକ ଅଧିକ କିଣୁଛନ୍ତି।

Leave a Reply

Your email address will not be published. Required fields are marked *