କିଏ ପଠାଇଥିଲା କାଳି ମାଡ଼ କରିବାକୁ….ଭାସ୍କର କଲା କି ଖୁଲାସା….ଭି.କେଙ୍କ କାଳିକୁ ପଣତକାନିରେ ଫୋଛି ଦେଲେ ମିଶନ୍ ଶକ୍ତି ମା’…
ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ରେ ୫-‘ଟି ସଚିବ ଭି.କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରାଯାଇଛି। ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ଭି. କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ମହୋଦୟଙ୍କ ମୁହଁରେ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ପ୍ରାଥମିକ ସୂଚନାରୁ ଜଣାପଡିଛି। ଭାସ୍କର ସ୍ଥାନୀୟ କଣାସ ଅଞ୍ଚଳର ଯୁବକ ବୋଲି କୁହାଯାଉଛି।
ପାଣ୍ଡିଆନ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ଶନିବାର ସତ୍ୟବାଦୀରେ ପହଞ୍ଚିଥିଲେ। ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା। ପାଣ୍ଡିଆନଙ୍କ ମୁହଁରେ କାଳି ପଡ଼ିଥିଲା। ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। ପରେ ଭାସ୍କରଙ୍କୁ ପୁଲିସ କାବୁ କରିଥିଲା। ତେବେ ଭାସ୍କର କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉନାହିଁ। କାଳିମାଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ପାଣ୍ଡିଆନଙ୍କ କାଳିକୁ ମିଶନ୍ ଶକ୍ତି ସଦସ୍ୟାମାନେ ପୋଛି ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଘଟଣାରେ ବିଜେଡି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହାକୁ ସତ୍ୟବାଦୀ ବିଜେଡିରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱର ରୂପ ଦିଆ ନ ଯାଉ। ସେହିପରି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ବି ଠିକ୍ ନୁହେଁ ବୋଲି ବିଧାୟକ ସାମନ୍ତରାୟ ସଫେଇ ଦେଇଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ବିଜେଡ଼ି ନେତାଙ୍କ ଅଭିଯୋଗ ଖଣ୍ଡନ କରିଛନ୍ତି। ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି, ୫ଟି ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରୁଛି। ୫ଟି ସଚିବକଙ୍କୁ କାଳିମାଡ଼ କରିଥିବା ବ୍ୟକ୍ତି (ଭାସ୍କର ସାହୁ) ବିଜେପିର ସରପଞ୍ଚ ପ୍ରାର୍ଥୀ ଥିଲେ ବୋଲି ବିଧାୟକ ଯାହା କହୁଛନ୍ତି, ତାହା ମିଛ। ଆମ ପାଖରେ ଥିବା ସୂଚନା ଅନୁଯାୟୀ, ସେ ବିଜେଡି ସମର୍ଥନରେ ଗତଥର ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ତାହା ସମ୍ଭବ ନହେବାରୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ। ତେଣୁ ମିଥ୍ୟା ତଥ୍ୟ ଦେବାରୁ ବିଧାୟକ ନିବୃତ୍ତ ହୁଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।