୪ ମାସ ସୁଦ୍ଧା ରାଜ୍ୟର ସବୁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ ସେବା

ଭୁବନେଶ୍ବର: ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ତ୍ଵରାନିତ କରିବେ ରାଜ୍ୟ ସରକାର। ଗାଁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ। ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି ଆଜି ବିଧାନସଭାରେ କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି। ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଗ୍ରେଡ କରାଯାଉଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଅନକନେକ୍ଟେଡ୍ ଗାଁକୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି। ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ। ପାହାଡ଼ିଆ ଅଞ୍ଚଳରେ ଟାୱାର ସଂଯୋଗୀକରଣ ହୋଇପାରିନାହିଁ।ରାଜ୍ୟରେ ବିଜେପି ସରକାର ଆସିବା ପରେ ଏନେଇ ପଦକ୍ଷେପମାନ ନିଆଯାଉଛି। ଖୁବଶୀଘ୍ର ମୋବାଇଲ ଓ ଇଣ୍ଟରନେଟ୍ ସେବା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *