ଯାଜପୁର ଟ୍ରେନ ଗଡ଼ି ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଯାଜପୁର : ଯାଜପୁର ରୋଡ଼୍ ଷ୍ଟେସନରେ ଗତକାଲି ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ରୋଡ ଡିଭିଜନ୍ ର ଡିଆରଏମଙ୍କ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି। ଗତକାଲି ରେଳ ଟ୍ରାକ୍ରେ ଅଟକିଥିବା ଟ୍ରେନ୍ ୱାଗନ ତଳେ ୬ ଶ୍ରମିକଙ୍କ ଜୀବନ ଯାଇଛି। ବର୍ଷା, ପବନରୁ ରକ୍ଷା ପାଇବା ପାଇଁ ଏହି ଶ୍ରମିକମାନେ ଟ୍ରେନ୍ ତଳେ ଆଶ୍ରୟ ନେଇଥିଲେ। ହେଲେ ଅଟକିଥିବା ଟ୍ରେନ୍ ହଠାତ୍ ଗଡ଼ି ଯିବାରୁ ସେମାନେ କଟି ଯାଇ ପ୍ରାଣ ହରାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସେହିପରି ମୃତକ ପରିବାରକ ନିକଟ ସମ୍ପର୍କୀୟଙ୍କ ପାଇଁ ପାଞ୍ଚଲକ୍ଷ ଟଙ୍କାର ଅନୁକମ୍ପା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବ୍ୟବସ୍ଥା କରାଯାଇଛି।