କାହା ପାଖରେ କିପରି ରହିଛି, ପ୍ଲେ -ଅଫ ସୁଯୋଗ… ଜାଣନ୍ତୁ..

ନୂଆଦିଲ୍ଲୀ : ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଏବେ ରୋଚକ ସ୍ଥିତିରେ ରହିଛି l ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଦଳ ପ୍ଲେ ଅଫ୍‌ ଖେଳିବା ନିଶ୍ଚିତ ହୋଇଛି। ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସ ଏହି ସୌଭାଗ୍ୟ ଲାଭ କରିଛି l ଅପରପକ୍ଷରେ ଦୁଇଟି ଦଳ ଆନୁଷ୍ଠାନିକ ଭାବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଏହି ଦୁଇ ଦଳ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ। ତେଣୁ ଅବଶିଷ୍ଟ ୩ ପ୍ଲେ ଅଫ୍‌ ସ୍ଥାନ ଉପରେ ୭ଟି ଦଳର ନଜର ରହିଛି। ଏହା ମଧ୍ୟରୁ ୨ଟି ଦଳ ( ସିଏସକେ ଓ ଏଲଏସଜି ) ଏକ ପ୍ରକାର ନିଶ୍ଚିତ ଥିବାବେଳେ ଆଉ ୨ ଦଳ (ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ) ସୁଯୋଗ ରଖିଛନ୍ତି। ଅନ୍ୟ ୩ ଦଳ ଜିତିଲେ ମଧ୍ୟ ଅନ୍ୟର ଫଳାଫଳକୁ ଅପେକ୍ଷା କରିବାକୁ ବାଧ୍ୟ। ମାତ୍ର ୨ ଦିନ ଭିତରେ ଲିଗ୍ ପର୍ଯ୍ୟାୟ ଶେଷ ହେଉଥିବାରୁ ଅନ୍ତିମ ୫ ଲିଗ୍ ମୁକାବିଲାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି l
ପ୍ରଥମେ ଗ୍ରୁପ୍ ପର୍ଯ୍ୟାୟ ଶେଷ ସୁଦ୍ଧା ଗୁଜରାଟ ଟାଇଟନ୍ସ ଟେବୁଲ୍ ଟପ୍ପର ହେବା ନିଶ୍ଚିତ ରହିଛି।
ଦ୍ୱିତୀୟ -ଶୀର୍ଷ ୪ ଭିତରେ ରହି ପ୍ଳେ ଅଫ୍‌ ଖେଳିବା ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ସର ସମ୍ଭାବନା ୯୩.୮ ପ୍ରତିଶତ। ମାତ୍ର ଦୁଇଟି ସମ୍ଭାବନା ଏହି ଦଳକୁ ଶୀର୍ଷ ୪ରୁ ବାହାରକୁ ଠେଲି ପାରିବ। ବାଙ୍ଗାଲୋର୍‌, ଲକ୍ଷ୍ନୌ, ମୁମ୍ବାଇ ଯଦି ନିଜ ନିଜର ସମସ୍ତ ମ୍ୟାଚ୍‌ ଜିତୁଛନ୍ତି ଏବଂ ଚେନ୍ନାଇ ନିଜ ଶେଷ ମ୍ୟାଚ୍‌ ଦିଲ୍ଲୀଠାରୁ ହାରୁଛି ତେବେ ଧୋନିଙ୍କ ଦଳ ଆଗକୁ ବଢ଼ିପାରିବ ନାହିଁ।
ତୃତୀୟରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଭଳି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ୧୫ ପଏଣ୍ଟ ସହ ସମାନ ସ୍ଥିତି ଓ ୯୩.୮ ପ୍ରତିଶତ ସମ୍ଭାବନା ରଖିଛି। ଏକମାତ୍ର ବିକଳ୍ପ ଭାବେ ଏହି ଦଳ ଶୀର୍ଷ ୪ରୁ ବାହାର ‌ହୋଇପାରିବ ତାହା ହେଉଛି-ବାଙ୍ଗାଲୋର୍‌, ‌ଚେନ୍ନାଇ, ମୁମ୍ବାଇ ଯଦି ନିଜ ନିଜର ଶେଷ ମ୍ୟାଚ୍‌ ଜିତୁଛନ୍ତି ଏବଂ ଲକ୍ଷ୍ନୌ ନିଜ ମ୍ୟାଚ୍‌ କୋଲକାତାଠାରୁ ହାରୁଛି।
ଚତୁର୍ଥ ସୁଯୋଗ ଭାବେ -ବାଙ୍ଗାଲୋର୍‌ ଗୁରୁବାର ରାତିରେ ହାଇଦ୍ରାବାଦକୁ ହରାଇବା ପରେ ଚତୁର୍ଥକୁ ଉଠିଛି। ଏହି ଦଳ ଶୀର୍ଷ ୪ ଭିତରେ ରହିବାର ସମ୍ଭାବନା ରହିଛି ୭୫ ପ୍ରତିଶତ। ଆର୍‌ସିବି ଯଦି ଗୁଜରାଟଠାରୁ ଶେଷ ମ୍ୟାଚ୍‌ ହାରିଯିବ ଏବଂ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ଜିତିଯାଏ ତେବେ ଫାପ୍ ଡୁ ପ୍ଲେସିସଙ୍କ ଦଳ ପଞ୍ଚମକୁ ଖସିଯିବାର ବିପଦ ରହିଛି।
ପଂଚମରେ -ଆର୍‌ସିବି ଭଳି ମୁମ୍ବାଇ ଇଣ୍ଡିଆନ୍ସ ସ୍ଥିତି ସମାନ। ପଏଣ୍ଟ ଦୃଷ୍ଟିରୁ ଏହି ଦଳର ସମ୍ଭାବନା ମଧ୍ୟ ୭୫ ପ୍ରତିଶତ। ଶେଷ ମୁକାବିଲାରେ ରୋହିତ ଶର୍ମାଙ୍କ ଦଳ ଯଦି ହାଇଦ୍ରାବାଦଠୁ ହାରିଯିବ ଏବଂ ଆର୍‌ସିବି ଗୁଜରାଟକୁ ହରାଇବ ତେବେ ୫ ଥର ବିଜେତା ଦଳ ପଞ୍ଚମକୁ ଖସିଯିବାର ବିପଦ ରହିଛି।

Leave a Reply

Your email address will not be published. Required fields are marked *