ବର୍ଷା ଯୋଗୁ ଯଦି ଖେଳ ନହୁଏ,କିଏ ନେଇ ପାରେ ଟାଇଟଲ ,,,?

ଅହମଦାବାଦ୍ : ଆଇପିଏଲର ୧୬ତମ ସଂସ୍କରଣ ଫାଇନାଲରେ ବର୍ଷା ସାଜିଛି ବାଧକ । ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଫାଇନାଲ ମ୍ୟାଚରେ ବର୍ଷା ପାଇଁ ଖେଳ ଅଟକି ରହିଲା । କ୍ରମାଗତ ବର୍ଷା ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍-୨୦୨୩ ଫାଇନାଲ ସ୍ଥଗିତ ରହିଥିଲା । ଆଇପିଏଲ୍ ନିୟମ ଅନୁଯାୟୀ ଆଜି ଫାଇନାଲ ମ୍ୟାଚ ପୁନଃମୁକାବିଲା ହେବ । ତେବେ ଯଦି ଆଜିବି ବର୍ଷା ଯୋଗୁ ଖେଳ ସମ୍ଭବ ନ ହୁଏ, ତେବେ ଲିଗ୍ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଟାଇଟଲ ବିଜୟୀ ହେବ । ବର୍ଷା ଯୋଗୁ ଏହି ଫାଇନାଲ ମୁକାବିଲାର ଆକର୍ଷଣ କମିଯାଇଛି। ଦର୍ଶକ, ଆୟୋଜକ, ପ୍ରତିଦ୍ୱନ୍ଦ୍ୱୀ, କର୍ମକର୍ତ୍ତା ଏହି ବର୍ଷା ଯୋଗୁ ନିରାଶ ହୋଇନ୍ତି। ଆଇପିଏଲ ଇତିରହାସରେ ପ୍ରଥମ ଥର ବର୍ଷା ପାଇଁ ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇ ପାରି ନାହିଁ।ତେବେ ୨୦୧୯ଦିନିକିଆ ବିଶ୍ବକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ବର୍ଷା ଯୋଗୁ ଦୁଇ ଦିନ ଖେଳାଯାଇଥିଲା ।