ଚେନ୍ନାଇ: ଆଜି ଜିତିବ ଯିଏ, ସିଧା ଫାଇନାଲ ଖେଳିବ ସିଏ l

ଭୁବନେଶ୍ୱର : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଙ୍ଗଳବାର ଫାଇନାଲ୍ ସ୍ଥାନ ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚରେ ପରାଜିତ ଦଳ ପ୍ଲେ ଅଫ୍-୨ରେ ଖେଳିବ। ଚେନ୍ନାଇର ଦୁଇ ଓପନର୍ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଫର୍ମରେ ଅଛନ୍ତି । ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ଭଲ ଖେଳୁଛନ୍ତି l ବୋଲର ମାଥୀଶା ପଥିରଣା ଗୁଜରାଟ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇ ପାରିବେ l ଚଳିତ ଆଇପିଏଲ୍ରେ ୧୦ ମ୍ୟାଚ୍ରୁ ୧୫ ୱିକେଟ୍ ନେଇଥିବା ଏହି ସିଂହଳୀ ବୋଲର ଗୁଜରାଟର ଫିନିସର ଡେଭିଡ ମିଲର ଓ ରାହୁଲ ତିୱାତିଆଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ। ସ୍ପିନ୍ରେ ଅଭିଜ୍ଞ ରବୀନ୍ଦ୍ର ଜାଦେଜା ଓ ମୋଇନ ଅଲୀ ରହିଛନ୍ତି।

ଗୁଜରାଟ ବ୍ୟାଟର ଗିଲ୍ (୬୮୦ ରନ୍)ଙ୍କ ପାଖରେ ମଧ୍ୟ କମଳା ଟୋପି ଜିତିବାର ସୁଯୋଗ ରହିଛି। ସେ ସର୍ବୋଚ୍ଚ ରନ୍ ସ୍କୋରର୍ ଦୌଡ଼ରେ ଫାଫ ଡୁ’ପ୍ଲେସିସ୍ (୭୩୦ ରନ୍)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ଗୁଜରାଟର ତାରକା ଦ୍ରୁତ ବୋଲର ମହମ୍ମଦ ସାମି ଚମତ୍କାର ଖେଳୁଛନ୍ତି l ସେହିପରି ସ୍ପିନ୍ରେ ରସିଦ ଖାନ ଓ ନୂର ଅହମ୍ମଦ ବିପକ୍ଷ ଦଳକୁ ଅସୁବିଧାରେ ପକାଉଛନ୍ତି।
ଗୁଜରାଟ ଟାଇଟନ୍ସ ଆଜି କାହାକୁ ଖେଳାଇବ
ଶୁବମନ ଗିଲ, ରିଦ୍ଧିମାନ ସାହା, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଦସୁନ ଶଣକା, ରାହୁଲ ତିୱାତିଆ, ରସିଦ ଖାନ, ୟାଶ ଦୟାଲ, ମହମ୍ମଦ ସାମି, ନୂର ଅହମ୍ମଦ, ମୋହିତ ଶର୍ମା।
ଚେନ୍ନାଇ ସୁପର କିଙ୍ଗ୍ସ କାହାକୁ ଖେଳାଇ ପାରେ
ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଅଜିଙ୍କ୍ୟ ରାହାଣେ, ଶିଭମ ଦୁବେ, ମୋଇନ ଅଲୀ, ଅମ୍ବାତି ରାୟୁଡ଼ୁ, ରବୀନ୍ଦ୍ର ଜାଦେଜା, ଏମ୍ଏସ୍ ଧୋନି (ଅଧିନାୟକ), ଦୀପକ ଚହର, ମହେଶ ଥୀକ୍ଷଣା, ତୁଷାର ଦେଶପାଣ୍ଡେ, ମାଥୀଶା ପଥିରାଣା।