କୁଆଡେ ଗଲା ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ନିଯୁକ୍ତି ବୋର୍ଡ ଘୋଷଣା ???
ଭୁବନେଶ୍ୱର : (ଖଟିରୁ ଶ୍ରୀକୁମାର ଶୁକ୍ଲା )-ବିଜେଡି ସରକାର ସମୟରେ ଚାକିରୀ ବିକ୍ରି ହେଉଥିବାରୁ ଲୋକେ ରାଜ୍ୟରେ ବିଜେପି ସରକାରକୁ ଆଣିଲେ। ଅଥଚ ଏମାନେ କେବଳ ପରୀକ୍ଷା ସବୁକୁ ବାତିଲ କରି ଚାଲିଛନ୍ତି। ଏଯାଏଁ *କାହାକୁ ତ ଦଣ୍ଡ ଦେଇପାରିଲେନି ଅନ୍ତତଃପକ୍ଷେ ସିଷ୍ଟମଟାକୁ କାହିଁକି ସଜାଡୁ ନାହାଁନ୍ତି? ବିଜେଡି ବାଲାଙ୍କୁ ଦେଉଥିଲ ଆମକୁ କାହିଁକି ଦେଉନ ବୋଲି କହି ସରକାର ପରୀକ୍ଷା ସବୁ ବାତିଲ କରିଦେଉଛନ୍ତି କିି ବୋଲି ଆଜି ଖଟିରେ ଯଦୁ ଭାଇ ପଚାରିଲେ ।
ଏକଥା ଶୁଣି ବାବୁଲି ଭାଇ କହିଲେ କିଛି ବର୍ଷ ହେଲାଣି ରାଜ୍ୟରେ ନିଯୁକ୍ତିରେ ଜାଲିଆତି ଚାଲିଛି। ଏକଥା ସମସ୍ତେ ଜାଣିଛନ୍ତି। *ଏବେ ଯେଉଁ ଧରା ପଡିଛି ତାର ଅର୍ଥ ହେଲା ମୋହନ ସରକାର ଜାଲିଆତି ଚାହୁଁନି।* *ଚାହିଁଥିଲେ ଧରା କେମିତି ପଡିଥାନ୍ତା। ମୋହନ ସରକାର ଅଛି ରାଜ୍ୟରେ ସ୍କାମଟାକୁ ଆକସେପ୍ଟ କରୁନଥିବାରୁ ଦୁର୍ନୀତିକୁ ଧରିବା ପାଇଁ ପୋଲିସକୁ ସରକାର ଲଗେଇଛି। ସରକାରର ଏଥିରେ ସମ୍ପୃକ୍ତି ନାହିଁ ବୋଲି ବୁଝିବାକୁ ପଡିବ।
*ଅଭିଯୁକ୍ତ ଶଙ୍କର ପୃଷ୍ଟି ହେଉଛି ବିଜେପିର ସଦସ୍ୟ ବୋଲି ବିଜେଡି ଅଭିଯୋଗ କରୁଛି। ସେ ହୁଏତ ଏହି ଦୁର୍ନତି କରିବା ପାଇଁ ମିଶ୍ରଣ ପର୍ବରେ ବିଜେପିରେ ଆସି ମିଶିଥିବ । ଥରେ ଦଳର ମେମ୍ବର ହୋଇଗଲା ପରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଠିଆ ହୋଇ ଫଟୋ ଉଠାଇବା ଆଜିକାଲି କଅଣ ଗୋଟେ ବଡ କଥା କି?* ତେଣୁ ସେହି ଲୋକଟି ତାର ପ୍ରିୟ ବୋଲି ଫଟୋରୁ ପ୍ରମାଣ କରିହେବନି। *ଫଟୋରେ ଥିବା ଲୋକଟିକୁ ଯଦି ମୋହନ ମାଝି ହୁଅନ୍ତୁ କି ଧର୍ମେନ୍ଦ୍ର ପ୍ରଧାନ ଦୁର୍ନୀତି କରିବାକୁ କହିଥାନ୍ତେ ତେବେ ପୁଣି ପୋଲିସ ଧରିଲା କେମିତି?* ଯେ କୌଣସି ଲୋକ ଚାହିଁଲେ ଅନ୍ୟ ଦଳକୁ ଯାଇପାରିବ ।
ଯେକେହି ଅପରାଧିଟିକୁ ଆପଣ ଯଦି ବିଜେପି, ବିଜେଡି କିମ୍ବା କଂଗ୍ରେସ ବୋଲି କହିବେ ତେବେ ତାର ଉଦ୍ଦେଶ୍ୟ ସାର୍ଥକ ହେଲା ବୋଲି ଜାଣନ୍ତୁ।ଯେଉଁ ଅପରାଧ କରିବାକୁ ସେ ଦଳରେ ମିଶି ଥିବାରୁ ତାକୁ ଦଳୀୟ ଲୋକ ହିସାବରେ ଗ୍ରହଣ କରାଯିବ ଓ ତା ପାଇଁ ଦଳ ବାହାରିବ।* *ଅପରାଧିର କୌଣସି ଦଳ ନାହିଁ।* ଯେଉଁ ଠାରୁ ସୁରକ୍ଷା ପାଇବ ବୋଲି ଭାବିବ ସେ ସେହି ଦଳରେ ମିଶିଯାଏ। *ଅପରାଧିର କାର୍ଯ୍ୟକୁ ଦଳୀୟ ଦୃଷ୍ଟିକୋଣରୁ ବିଚାର କରାଗଲେ ଅସଲ ଅପରାଧିଟି ଖସିଯିବ।ବିଜେଡି ସରକାର ସମୟରେ ନିଯୁକ୍ତିରେ ଜାଲିଆତି ନେଇ ବାନିକ୍ ନାମକ ଏକ ଏଜେନ୍ସି ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଥିଲା। ଦୁର୍ନୀତି ହେଉଥିବାରୁ ଏ ସରକାରରେ ୧୬ଟା ପରୀକ୍ଷା ବାତିଲ ହେଲାଣି। କଅଣ କରାଯାଇ ପାରିଲେ ଏହାକୁ ରୋକାଯାଇ ପାରିବ ବୋଲି ପଚାରିବାରୁ* ସେ କହିଲେ ନିକଟରେ ଅବସର ନେଇଥିବା ଜଣେ ଡିଆଇଜି ପାହ୍ୟାର ଆଇପିଏସ୍ ଅଫିସରଙ୍କ ସହିତ ଏନେଇ ସେ ଆଲୋଚନା କରିଥିଲେ। ତାଙ୍କର କହିବା କଥା ହେଉଛି ଯେ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ତିଆରି କରିବାକୁ ତୃତୀୟ ପକ୍ଷଙ୍କୁ ଦାୟିତ୍ୱ ଦିଆଯାଉଥିବ ସେତେଦିନ ଯାଏ ଏଭଳି ଚାଲିଥିବ। ସବୁ ପରୀକ୍ଷାରେ ୫-୧୦ ପ୍ରତିଶତ ତ୍ରୁଟିବିଚୁ୍ୟତି ହେଉଥିଲେ ମଧ୍ୟ ସେସବୁ ଲୋକଲୋଚନକୁ ଆସିପାରୁନି।ଆପଣ ଯଦି ଗୋଟେ କମ୍ପାନୀକୁ ପ୍ରଶ୍ନପତ୍ର ତିଆରି କରିବା ଓ ଛପାଇବା ଦାୟିତ୍ୱ ଦେବେ ତେବେ ଏଭଳି ହେବାକୁ କେହି ରୋକି ପାରିବେନି ।* ପ୍ରଶ୍ନପତ୍ର ଛାପା ବାବଦକୁ ସେ କେତେ ଟଙ୍କା ଏମିତି ପାଇବ? ତେଣୁ *ଅଧିକ ଟଙ୍କା ପାଇବାକୁ ସେ ପ୍ରଶ୍ନପତ୍ର ବିକ୍ରି କରିବାକୁ ଚାହିଁବ ।* *ସରକାରଙ୍କ ଠାରୁ କାମଟିକୁ କରିବା ଲାଗି ନିଜେ ନେଇଯାଇ ପରେ ଅନ୍ୟ ଏକ ଛୋଟିଆ କମ୍ପାନୀକୁ କରିବାକୁ ଦେଇଦେଉଛନ୍ତି।*
ସେ କହିଲେ *ପୋଲିସରେ ୫/୬ଟା ରିକ୍ରୁଟମେଣ୍ଟ ବୋର୍ଡ ଅଛି । ଡିଜିଙ୍କ ସହିତ ସୁସମ୍ପର୍କ ଥିବା ବରିଷ୍ଠ ପୋଲିସ ଅଫିସରଙ୍କୁ ଏଥିରେ ଅଧ୍ୟକ୍ଷ ନକରି ତାଙ୍କର ବିରୋଧି ଗୋଷ୍ଠୀର ଅଧିକାଂଶ ଅଫିସରଙ୍କୁ ହଇରାଣ କରିବା ସହିତ ଫସେଇବା ଲାଗି ସେ ଜାଣିଶୁଣି ଏହି ସବୁ ବୋର୍ଡର ଅଧ୍ୟକ୍ଷ କରିଦେଇଛନ୍ତି ।* *ସେ ଭଲ ଭାବେ ଜାଣିଛନ୍ତି ଅନ୍ୟ ଏକ କମ୍ପାନୀ ପରୀକ୍ଷା କରିବ ଆଉ ଦାୟିତ୍ୱରେ ଥିବା ଅଫିସରଙ୍କର କୌଣସି ଭୂମିକା ନଥାଇ ମଧ୍ୟ ସେ ସରକାର ଓ ଲୋକଙ୍କ ପାଖରେ ବଦନାମ ହୋଇ ତିନିପାଞ୍ଜିରୁ ଯିବ । ଏତେ ଚାଲାକ ଚତୁର ଡିଜି ଆଗରୁ ଓଡିଶା କେvବେ ଦେଖିନି କି ନିକଟ ଭବିଷ୍ୟତରେ ମଧ୍ୟ ଦେଖିବନି ବୋଲି କହିବାରୁ ଖଟିରେ ହାସ୍ୟରୋଳ ହୋଇଥିଲା।*
*ପରୀକ୍ଷା କରିବା ପାଇଁ ନିଯୁକ୍ତି ବୋର୍ଡ ଯେଉଁ ମୂଳ କମ୍ପାନୀକୁ ଦାୟିତ୍ୱ ଦେଇ ତା ସହ ଚୁକ୍ତି କରିଥିଲା ସେହି କମ୍ପାନୀ କାମଟିକୁ ନିଜେ ନକରିବାରୁ ସବୁ ଭୁଲ ହେଉଛି ତାର। ତେଣୁ ସରକାର ଉକ୍ତ କମ୍ପାନୀକୁ କଳା ତାଲିକାଭୁକ୍ତ କରିଦେଲେ ଆଉ ଭବିଷ୍ୟତରେ ଏଭଳି କରିବାକୁ କେହି ସାହାସ କରି ପାରିବେନି।* ହେଲେ ଆପଣ ଦେଖିବେ *ସରକାର ଲୋକଙ୍କୁ ଚକମା ଦେଖାଇବା ପାଇଁ ତା ନକରି ଅନାମଧ୍ୟେୟ ଛୋଟିଆ କମ୍ପାନୀଟିକୁ କଳା ତାଲିକାଭୁକ୍ତ କରିଦେବ।* ସେ କହିଲେ *ନିଯୁକ୍ତିରେ ଦୁର୍ନୀତିର ମୂଳପୋଛ କରିବା ଲାଗି*
*ଏକ ସ୍ୱତନ୍ତ୍ର ନିଯୁକ୍ତି ବୋର୍ଡ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଗଲା ପ୍ରାୟ ୪ ମାସ ହେଲା ଘୋଷଣା କରି ସାରିଛନ୍ତି।** *ଏଇଟା ବାଘ ପାଟିରେ ମଣିଷ ରକ୍ତ ଲାଗିବା ଭଳି କଥା ହୋଇଛି। ମୁଖ୍ୟମନ୍ତ୍ରୀଙ୍କର ନିଜ ବିଭାଗରେ ଥିବା କିଛି ଅଧିକାରୀ ଏହାକୁ କରାଇ ଦେଉନାହାଁନ୍ତି।
ଯଦୁଭାଇ କହିଲେ *ପୋଲିସ ଏସଆଇ ପରୀକ୍ଷା ପଛରେ କିଛି ବଡବଡିଆଙ୍କ ହାତ ନଥିଲେ ପରୀକ୍ଷାର୍ଥୀ ଜଣପିଛା ୨୫ ଲକ୍ଷ ଟଙ୍କା ଦେଇ ୨୯ କୋଟି ଟଙ୍କାର କାରବାର ସମ୍ଭବପର ହେବା ଭଳି ଲାଗୁନି। ଖାଇ ନପାରି ଅଙ୍ଗୁର କୋଳି ଖଟା ପରି ଯଦି ମାଲପାଣି ଠିକଣା ଯାଗାରେ ପହଞ୍ଚି ପାରିଥାନ୍ତା ତେବେ ସବୁକିଛି ମ୍ୟାନେଜ୍ ହୋଇ ଯାଇଥାନ୍ତା, ଆଉ ଏନେଇ ଦି’କାନ ପୁଅ କିଛି ଜାଣିପାରି ନଥାନ୍ତେ ବୋଲି କହିବାରୁ ପୁଣି ହାସ୍ୟରୋଳ ହୋଇଥିଲା।
