ଶେଷ ହୋଇଗଲା କି ଧାୱନଙ୍କ କ୍ୟାରିୟର ? ଏନେଇ କ’ଣ କହିଲେ ଅଗରକର…
ଭୁବନେଶ୍ଵର;ଚଳିତ ଏସିଆ କପ୍ ପାଇଁ ପାକିସ୍ଥାନ , ନେପାଳ, ବାଂଲାଦେଶ ସମେତ ଭାରତ ମଧ୍ୟ ତାର ୧୭ ଜଣିଆ ଦଳ ସୋମବାର ଘୋଷଣା କରିଛି । ତେବେ ଯଦି ଭାରତର ଏହି ଚୟନ ଉପରେ ଦୃଷ୍ଟ ଦିଆଯାଏ ତାହାଲେ ବହୁ ପୁରୁଣା ଖେଳାଳିଙ୍କୁ ଏଥର ବିସିସିଆଇ ବାଦ୍ ଦେଇଛି । ଚହଲ ,
ଅଶ୍ୱିନଙ୍କ ପରି ପରିଷଦ ଶିଖର ଧାୱନଙ୍କୁ ମଧ୍ୟ ବାହାରର ରାସ୍ତା ଦେଖାଇଛି । ଏସିଆ କପ୍ ପାଇଁ ଚୟନକର୍ତ୍ତା ଏଥର ରୋହିତ ଶର୍ମାଙ୍କ ସହିତ ଶୁଭମନ ଗିଲଙ୍କୁ ଓପନିଂରେ ସୁଯୋଗ ଦେଇଛି । ସେହିପରି ବ୍ୟାକ୍-ଅପ୍ ଓପନର ଭାବେ ଇଶାନ କିଶନଙ୍କୁ ଦଳରେ ସ୍ଥାନ ମିଳିଛି । ଧାୱନଙ୍କୁ ଏସିଆ କପ ଦଳରେ ସାମିଲ କରାଯାଇନଥିବା କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି କି ଧାୱନଙ୍କ ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଶେଷ ହୋଇଯାଇଛି । କିନ୍ତୁ ସତରେ କଣ ଶିଖରଙ୍କ କ୍ୟାରିୟର ସମାପ୍ତ ହୋଇଯାଇଛି? ତେବେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଅଜିତ ପ୍ରେସ୍ ମିଟରେ କହିଛନ୍ତି ଭାରତ ପାଇଁ ଶିଖର ଧାୱନଙ୍କ ପ୍ରଦର୍ଶନ ପ୍ରଶଂସନୀୟ କିନ୍ତୁ ଆମକୁ ବର୍ତ୍ତମାନ ସମୟରେ ରୋହିତ, ଶୁଭମନ ଏବଂ ଇଶାନଙ୍କ ଉପରେ ଆମେ ଭରସା ଦେଖାଇଛୁ । ସେ ପୁଣି ମଧ୍ୟ କହିଛନ୍ତି ଯେ ତାଙ୍କର ପ୍ରଦର୍ଶନ ସବୁବେଳେ ଭଲ ରହିଛି, କିନ୍ତୁ ଏସିଆ କପ୍ ପାଇଁ ଆମେ ରୋହିତ, ଗିଲ୍ ଏବଂ କିଶନଙ୍କୁ ଚୟନ କରିଛୁ । ସେହିପରି ପୂର୍ବରୁ ଧାୱନଙ୍କୁ ଏସୀୟ କ୍ରୀଡା ଦଳରେ ମଧ୍ୟ ସ୍ଥାନ ମିଳିନାହିଁ । ତାଙ୍କ ସ୍ଥାନରେ ଋତୁରାଜ ଗାଇକ୍ୱାଡଙ୍କୁ ଅଧିନାୟକ ରୂପେ ବିସିସିଆଇ ମନୋନୀତ କରିଥିଲା ।ଏବେ ଦେଖିବାର କଥା ରହିଲା କି କଣ ବିସିସିଆଇର ଏହି ରଣନୀତି ଟିମ୍ ଇଣ୍ଡିଆକୁ ଟ୍ରଫି ଜିତେଇବାରେ ସହାୟକ ହେବ ?