‘ବେଇମାନ ‘ ଶବ୍ଦ ସିନ୍ଧିଆଙ୍କ ମୁହଁରେ କାହିଁକି ଶୋଭା ପାଉନି
ଭୋପାଳ,୧୩/୪(ବ୍ୟୁରୋ ): ସିନ୍ଧିଆ ପରିବାର ନନ୍ଦନ କିଛିଦିନତଳେ କଂଗ୍ରେସ କୁ ଗଦ୍ଦାର ବୋଲି କହିଥିଲେ l ଏହି ଶବ୍ଦ କୁ ଆମେ ଓଡ଼ିଆରେ ବେଇମାନ ତଥା ନିମକହାରାମ ବୋଲି କହିଥାଉ l ହେଲେ କହିବା ଲୋକ କହିବା ପାଇଁ ଯୋଗ୍ୟ ତ l ବର୍ତ୍ତମାନ ଏହି କଥା ସାଧାରଣ ମହଲରେ ଆଲୋଚନାର ବିଷୟ ପାଲଟିଛି l ଏକଦା କଂଗ୍ରେସର ସଦସ୍ୟ ଥିବା ସିନ୍ଧିଆଙ୍କୁ ଏ ନେଇ ଜୟରାମ ରମେଶ, ପବନ ଖେର ସମାଲୋଚନା କରିଛନ୍ତି l କଂଗ୍ରେସକୁ ବାଦ ଦେଲେ ଅନେକ ଐତିହାସିକ ମଧ୍ୟ ସିନ୍ଧିଆଙ୍କୁ ସମାଲୋଚନା କରିଛନ୍ତି lସେମାନଂକ ମତରେ କଂଗ୍ରେସ ପ୍ରତି ବ୍ୟବହାର କରିବାକୁ ହେଲେ ପ୍ରଥମେ ଆର ଏସ ଏସ ର ପ୍ରତିଷ୍ଠାତା ହେଡ ଗେୱାର ଙ୍କ ପ୍ରତି ବ୍ୟବହାର କରିବାକୁ ହେବ, କାରଣ ସିଏ ପ୍ରଥମେ କଂଗ୍ରେସ ରେ ଥିଲେ ତିଳକଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ଅର୍ଥାତ ସିଏ ବି ଗଦ୍ଦାର ଥିଲେ କି ? ଦ୍ଵିତୀୟ ରେ ଗଦ୍ଦାର ହେବେ ଶ୍ୟାମା ପ୍ରସାଦ ମୁଖାର୍ଜୀ, ସିଏ ୧୯୨୯ ରେ କଂଗ୍ରେସ ପ୍ରାର୍ଥୀ ଭାବେ କଲିକତା ବିଶ୍ୱ ବିଦ୍ୟାଳୟ ନିର୍ବାଚନ ମଣ୍ଡଳୀ ରୁ ବେଙ୍ଗଲ ବିଧାନସଭା କୁ ନିର୍ବାଚିତ ହେଇ ଥିଲେ ।
ତୃତୀୟ ଗଦ୍ଦାର ହେବେ ସବରକର ଓ ଗୋଲୱାକର ,ଯେହେତୁ ଏମାନେ ସମସ୍ତେ ମିଳିମିଶି ଥିଲେ ।
ସିନ୍ଧିଆ ପରିବାର ତ ପୂରା ଗଦ୍ଦାର ଆଖ୍ୟା ପାଇବେ ୧୮୫୭ ସିପାହୀ ବିଦ୍ରୋହ ବେଳେ ଭୂମିକା ପାଇଁ ଓ ଗାନ୍ଧୀଙ୍କ ଛାତିରେ ବାଜି ଥିବା ଗୁଳି ର ବନ୍ଦୁକ ( Berreta M1934 ) ପାଇଁ । ତେଣୁ
ସିନ୍ଧିଆ ତନୟ ଙ୍କ କଥାଟି କାଚ ଘରେ ରହି ବାହାରକୁ ଟେକା ଫୋପାଡିବା ସଦୃଶ ହୋଇଛି lଏହି ଗଦ୍ଦାର ତଥା ବେଇମାନ କଥା ଲମ୍ବେଇଲେ ଆହୁରି ୩୦୦ ବର୍ଷ ଲମ୍ବି ଯିବ ଆମେ ଯଦି ଜଗତ ସେଠ ( Bankers of World ) ପରିବାର ଆଡେ ଯିବ l ଏହି ପରିବାର କୁ ଯଦି ଆମେ ଗଦ୍ଦାର କହିବା ତାହେଲେ ଏକଥା ବି କହିବାକୁ ହେବ ଯେ ଏମାନେ ଯଦି ଗଦ୍ଦାରୀ ନ କରି ଥାନ୍ତେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଶ୍ନ ଉଠୁ ନଥିଲା, କଂଗ୍ରେସ ୨୦୦ ବର୍ଷ ପରେ ଜନ୍ମ ହେବାର ନଥିଲା, ସିନ୍ଧିଆ ପରିବାର ଓଗେର ରାଜତନ୍ତ୍ର ଗିଲୋଟିନ ଦ୍ୱାରା ହେଉ ଅଥବା ବନ୍ଧୁକ ଗୁଳିରେ ହେଉ ନିର୍ବାଣ ପ୍ରାପ୍ତି ହେଇଥାନ୍ତେ , ଭାରତ ଇଉରୋପ ଠାରୁ ଅଧିକ ବିକଶିତ ପୁଞ୍ଜିବାଦ ପ୍ରତିଷ୍ଠା କରିଥାନ୍ତା, ଆଜି ବିଶ୍ୱର ପ୍ରଥମ ଶକ୍ତି ହେଇଥାନ୍ତା – ସାମ୍ରାଜ୍ୟ ବାଦୀ ଶକ୍ତି ଭାବେ ହେଉ ଅଥବା ସମାଜବାଦୀ ରାଷ୍ଟ୍ର ହେଉ ।କିନ୍ତୁ ଆମେ ଯେଉଁମାନେ ଅର୍ଥନୈତିକ ବ୍ୟବସ୍ଥା ର ସ୍ତର ପରେ ସ୍ତର ର ଇତିହାସ ଜାଣନ୍ତି, ସେମାନେ ଜଗତ ସେଠଙ୍କୁ ଗଦ୍ଦାର କହି ପାରିବା ନାହିଁ , ବରଂ ଏକଥା କହିବୁ ଏହି ପରିବାର ନିଜ ଗୋଡ଼ ରେ କୁରାଢ଼ୀ ମାରି ବିଲୁପ୍ତ ହେଇ ଗଲେ । ରୋମାନ ସଭ୍ୟତା ର ପତନ ପରେ ୧୦୦୦ ବର୍ଷ ପୂରା ଅନ୍ଧକାର କୁ ଚାଲି ଯାଇଥିଲା । ସପ୍ତମ/ ଅଷ୍ଟମ ଶତାବ୍ଦୀ ବେଳକୁ ଆଉ ଏକ ପ୍ରକାର ବ୍ୟବସ୍ଥା ସୃଷ୍ଟି ହେଲା ଯାହାକୁ Aristocracy କୁହାଯାଏ । ସାମନ୍ତ ପ୍ରଥା । ଆମ ଦେଶର ଜମିଦାରୀ ବ୍ୟବସ୍ଥା ଭଳି ।
ଏହି ସମୟରେ ଯେଉଁମାନେ ରାଜା ମହାରାଜା ଆସିଲେ, ବିଭିନ୍ନ ଜନଜାତି ସମ୍ପ୍ରଦାୟର ସର୍ଦ୍ଦାର ଙ୍କୁ ଜୟ କରି କରି ରାଜା ମହା ରାଜା ହେଇଗଲେ, ସେମାନଙ୍କ ନିଜସ୍ଵ କୌଣସି ଅର୍ଥନୈତିକ ଦର୍ଶନ ନଥିଲା । ନିଜ ସାମ୍ରାଜ୍ୟ/ରାଜ୍ୟର ଚାଷ ଉପଯୋଗୀ ଜମି କୁ କିଛି କିଛି ଲୋକଙ୍କୁ ବାଣ୍ଟି ଦେଲେ । କାରଣ ଟିକିଏ ବୁଦ୍ଧିଆ ବୋଧେ ଥିଲେ, ସବୁ ଜମି ହାତରେ ରଖିଲେ Manage କରିହେବ ନାହିଁ। ତେଣୁ ଯେଉଁମାନଙ୍କୁ ବାଣ୍ଟିଲେ ସେମାନେ ହେଲେ ସାମନ୍ତ । ବଡ଼ ସାମନ୍ତ ପୁଣି କିଛି ଜମି ବାଣ୍ଟି ମଝିଆ ସାମନ୍ତ, ମଝିଆ ରୁ କ୍ଷୁଦ୍ର ସାମନ୍ତ ସୃଷ୍ଟି ହେଲେ । ସାମନ୍ତ ମାନଙ୍କ ଦାୟିତ୍ୱ ହେଲା ରାଜା/ସମ୍ରାଟ ଙ୍କୁ ସୈନ୍ୟ ଯୋଗାଇବା ଓ ଫସଲ ରୁ କିଛି ଭାଗ ଦେବା । ରାଜା/ସାମ୍ରାଟ ଙ୍କ ଦାୟିତ୍ୱ ହେଲା ସାମନ୍ତ ଙ୍କୁ ସୁରକ୍ଷା ଦେବା। କିନ୍ତୁ ସାମନ୍ତ ତ ବିଲକୁ ହଳ ନେଇ ଯିବେ ନାହିଁ, ଯେଉଁମାନେ ଯିବେ ସେମାନେ ହେଲେ ପ୍ରଜା । ତେଣୁ ସେମାନେ ବି ପ୍ରଜାଙ୍କୁ ଜମି ବାଣ୍ଟିଲେ । ସେମାନେ ଚାଷ କଲେ , କିଛି ଭାଗ ସେମାନଙ୍କ ଉପର Level କୁ ଦେଲେ । ସିଏ ତାଙ୍କ ଉପରକୁ ହେଇ ହେଇ ରାଜା ବା ସାମ୍ରାଟ ଙ୍କ ଭଣ୍ଡାର କୁ ଫସଲ ଗଲା ।ସେ ସମୟର ସାମନ୍ତ ପ୍ରଥାର ଅନ୍ୟ ଦିଗଟି ହେଲା ବସନ, ବାସନ, ମକାନ ଇତ୍ୟାଦି ଦିଗ । ତେଣୁ ଦଳେ ଲୋକ Craft ରେ ଭାଗ ହେଲେ , କିଏ କପଡ଼ା, କିଏ ବାସନ କୁସନ, କିଏ ଘର ତିଆରି ସରଞ୍ଜାମ , କିଏ ତେଲ ଲୁଣ, କିଏ ମସଲା ମସଲି ରେ ଲାଗିଗଲେ । ଆଉ କିଛି ଚତୁର ବାହାରିଲେ, ୟା ଜିନିଷ ତା ପାଖରେ ତା ଜିନିଷ ୟା ପାଖରେ ପହଞ୍ଚେଲେ । ଏମିତି ବିନିମୟ ହେଉ ହେଉ ଯେତେବେଳେ ମୁଦ୍ରା ଆସିଗଲା, ଏହି ହାଟୁଆ ବାଟୁଆ ଦଳ ଜିନିଷ କୁ ଦୂରକୁ ଦୂର ନେଲେ, କାରଣ ଟିକିଏ ବେଶୀ ଲାଭ ହେବ । ପୁଣି ସେମାନେ ସେଇ ଲାଭକୁ ବଢ଼େଇ ବଢ଼େଇ ବେପାର ବଣିଜ ନଈ ପାର କଲେ ଦରିଆ ପାର କଲେ, ନିଜ ଲାଭରୁ ନିଜେ ଗୋଟିଏ ଗୋଟିଏ ବ୍ୟାଙ୍କ ହେଇଗଲେ ଅର୍ଥାତ ମହାଜନ, ସାହୁକାର ( Money Lender ) । ଏହି ବ୍ୟବସାୟ ବାଣିଜ୍ୟ ରୁ ସୃଷ୍ଟି ହେଲା ବାଣିଜ୍ୟିକ ପୁଞ୍ଜି l ଏହା ଦିନେ ଇଉରୋପ ରେ ଶିଳ୍ପ ରେ ବିନିଯୋଗ ହେଇ ଶିଳ୍ପ ପୁଞ୍ଜି ହେଲା ଓ ତାହା ଦିନେ ଜାତୀୟ ପୁଞ୍ଜି ବା national capital ହେଇ ପୁଞ୍ଜିବାଦ ପ୍ରତିଷ୍ଠା କଲା । ଏଣୁ ଏହି Merchantile capital ର ମାଲିକ ଥିଲେ ସେଇ ଯୁଗର ବିପ୍ଲବୀ ବୁର୍ଜୁଆ ଶ୍ରେଣୀ । ବୁର୍ଜୁ ଆ ଶବ୍ଦ ଟି ଫରାସୀ ଶବ୍ଦ ଯାହାର ଅର୍ଥ ମଧ୍ୟବିତ୍ତ ଶ୍ରେଣୀ । ଏହି Merchantile Capital ବା Merchant capital ର ସରଳ ଅର୍ଥ ହେଲା Movements of goods from one place where it is cheap and plenty to another place where it is expensive and scarce .ଏହି Merchant ମାନେ ହିଁ ସଭ୍ୟତାର ଆଭୂତପୂର୍ଵ ବିକାଶ ର ନିୟାମକ ହେଲେ ଯେଉଁ ଠାରୁ ଜନ୍ମ ନେଲା ଶିଳ୍ପ ବିପ୍ଳବ ।
ଆମ ଦେଶରେ ବି ସେମିତି ସାମନ୍ତ ବର୍ଗ ସୃଷ୍ଟି ହେଇଥିଲେ । ନଈ କେ ବାଙ୍କ ଦେଶ କେ ଫାଙ୍କ ତ ରହିବ, କିନ୍ତୁ ଜମିଦାର ବର୍ଗ ସୃଷ୍ଟି ହେଇଥିଲେ। ଆମ ଦେଶରବାଣିଜ୍ୟିକ ପୁଞ୍ଜି ର ଇତିହାସ ଆହୁରି ପୁରୁଣା । ଆମେ ଓଡ଼ିଆ ତ ସେଇଥି ପାଇଁ ବୋଇତ ବନ୍ଦାଣ କରୁଛେ । ଆମର ବାଣିଜ୍ୟ କାରବାର ବହୁତ ପ୍ରାଚୀନ । କିନ୍ତୁ ଏହା ସର୍ବୋଚ୍ଚ ବିକାଶ କରିଥିଲା ମଧ୍ୟଯୁଗ ରେ ବା ମୋଗଲ ପିରିୟଡ଼ରେ ।ଏହି ପିରିୟଡ଼ କୁ ହିଁ ସୁନାର ଚିଡ଼ିଆ ପିରିୟଡ଼ କୁହାଯାଏ । ଏଇ ଲୋଭରେ ହିଁ ଇଷ୍ଟ ଇଣ୍ଡିଆ କମ୍ପାନୀ ମାନେ ପୂର୍ଵ ଏସୀୟ ମୁହାଁ ହେଇଥିଲେ । ଫରାସୀ, ପର୍ତ୍ତୁଗୀଜ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତ ର ଦକ୍ଷିଣ , ପୂର୍ଵ, ପଶ୍ଚିମ ରେ ଆଡ୍ଡା ପକେଇ ଥିଲେ ।
ଏହି ସମୟ ର ବାଣିଜ୍ୟିକ ସାମ୍ରାଜ୍ୟ ର ଇତିହାସ ହେଉଛି ଜଗତ ସେଠ ଓ ଉମି ଚାନ୍ଦ ପ୍ରମୁଖ ଙ୍କ ସାମ୍ରାଜ୍ୟର ଇତିହାସ । ଏମାନେ କେବଳ ମୋଗଲ ଶାସକ ମାନଙ୍କ ଅର୍ଥ ଉପଦେଷ୍ଟା ନଥିଲେ, ଏମାନଙ୍କ ଠାରୁ ବାଦଶାହା ମାନେ ଋଣ ନେଉଥିଲେ । ଏପରି କି ଜଗତ ସେଠଙ୍କ ଠାରୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଋଣ ବି ନେଇ ଥିଲେ । ମରାଠା ମାନେ ଯେତେବେଳେ ବଙ୍ଗଳା ଆକ୍ରମଣ କରିଥିଲେ, ସେତେବେଳେ ଯାହା ଲୁଣ୍ଠନ କରିବା କଥା କଲେ, ପୁଣି ଯେଉଁ ଦୁଇ କୋଟି ବାଟ ଖର୍ଚ୍ଚ ମାଗିଲେ ତାହା ବି ଉଧାର ସୂତ୍ରେ ଜଗତ ସେଠ ମାନେ ଦେଇଥିଲେ ଓ ସନ୍ଧି କରିଦେଇଥିଲେ ଓଡ଼ିଶା ଆଡେ ତମର, ତେଣୁ ସେମାନେ କଟକ, ପିପିଲି ଇତ୍ୟାଦି ଅଞ୍ଚଳ ମାଡି ବସିଲେ, ଜଗନ୍ନାଥ ଦର୍ଶନ ଚାନ୍ଦା ବି ନେଲେ ।ଜଗତ ସେଠଙ୍କ ପରିବାର ର ପୂର୍ବଜ ମାରୱାର୍ଡର ଗିରିରାଜ ସିଂହ ଗେହଲତ ୧୪୫୯ ମସିହାରେ Oswal ସମ୍ପ୍ରଦାୟର ୭ମ ଜୈନ ଆଚାର୍ଯ୍ୟ ଙ୍କ ଦ୍ଵାରା ଜୈନ ଧର୍ମ ଗ୍ରହଣ କରିବା ପରେ ମହାଜନ ପଦବୀ ପାଇଥିଲେ । ଏହି ବଂଶ ର ହୀରନ୍ଦ୍ର ସାହୁ ୧୬୫୨ ରେ ନିଜର ୭ପୁଅ କୁ ଧରି ପାଟନା ଆସିଗଲେ । ଏଠାରେ ପୂର୍ଵ ଗହଣା ବ୍ୟବସାୟୀ ଛାଡି ମହାଜନୀ କାରବାର ଓ Salt petre ବା ଯବକ୍ଷାର ଜାତୀୟ ଖଣିଜ ପଦାର୍ଥ କାରବାର କଲେ । ସେତେବେଳେ ଇଉରୋପ ରେ ଏହା ବାରୁଦ ପ୍ରସ୍ତୁତି ରେ ବ୍ୟବହାର ହେଉଥିଲା । ଇଉରୋପ ବି ବିଭିନ୍ନ ପ୍ରକାର ଯୁଦ୍ଧରେ ଲିପ୍ତ ଥିଲା । ତେଣୁ Whole sale suppier ସେଠ ପରିବାର ଥିଲେ ।ଏଥିରୁ ଏତେ ଲାଭ ହେଲା ଯେ ଏହି ପରିବାର ନିଜର ବ୍ୟବସାୟୀ କୁ ବିସ୍ତାର କରିବା ପାଇଁ ପୁଅମାନେ ବିସ୍ତାର ହେଇ ଗଲେ । ଗୋଟିଏ ପୁଅ ମାନିକ ଚାନ୍ଦ ଢାକା ଗଲେ ବ୍ୟବସାୟ କେନ୍ଦ୍ର ଖୋଲିବା ପାଇଁ, ଯାହାଙ୍କ ସମୟ ସେଠ ପରିବାର ର ସୁବର୍ଣ୍ଣ ଯୁଗ । ସେତେବେଳେ ଢାକା ହେଉଛି ବଙ୍ଗଳା ନବାଵ ଙ୍କ ରାଜଧାନୀ ।ପାଟନା କାଳ ରେ ମୋଗଲ ସାମ୍ରାଜ୍ୟର ୧୦ମ ବାଦଶାହା ଫରୁକ ସିୟାର ବା ସହିଦ-ଇ-ମଜଲୁମ ଏହି ପରିବାର କୁ ଜଗତ ସେଠ ଉପାଧି ପ୍ରଦାନ କଲେ । ଏହାର ଅର୍ଥ ବ୍ୟାଙ୍କର୍ଶ ଅଫ୍ ୱର୍ଲ୍ଡ.ଏହି ଜଗତ ସେଠ ଯଦି ବଙ୍ଗଳା ର ନବାଵ ମାନଙ୍କ ସହ ଝଗଡା କରି ନଥାନ୍ତେ, ମିର୍ଜାଫର ସହ ଚକ୍ରାନ୍ତ କରି ଓ ପ୍ରଚୁର ଅର୍ଥ ବିନିଯୋଗ କରି କ୍ଳାଇବ କୁ ସହଯୋଗ କରି ନଥାନ୍ତେ ତାହେଲେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦେବାଳିଆ ହେଇ ଫେରି ଯାଇଥାନ୍ତା । ପୁଣି ମିର୍ଜାଫର ଯେତେବେଳେ ବ୍ରିଟିଶ କମ୍ପାନୀ କୁ ବେଶୀ ସହଯୋଗ କଲା, ତାକୁ ପୁଣି ୩ ବର୍ଷ ଭିତରେ ହଟେଇ ମୀର କାଶିମ କୁ ବସେଇଲେ । ପୁଣି ମୀର କାଶିମ ଯେତେବେଳେ ଜାଣିଲା ଏମାନେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ସଲା ସୁତାର କରୁଛନ୍ତି ମୀର କାଶିମ କୁ ବାଦଶାହା କରିବାକୁ , ସେତେବେଳେ ମୀର କାଶିମ ଜଗତ ସେଠଙ୍କ ଦୁଇ ଭାଇ ଓ ପରିବାର କୁ ହତ୍ୟା କରିଦେଲେ । କେବଳ ବୋଧେ ପୁଅ ଟିଏ ଥିଲା , ଯିଏ ଶେଷ ସନ୍ତକ ।
କହିବା କଥା ସେତେବେଳେ ଜଗତ ସେଠ ପୃଥିବୀର ବଡ଼ ବ୍ୟାଙ୍କର ଥିଲେ, ଏପରି କି ଲଣ୍ଡନ ବ୍ୟାଙ୍କ ସମ୍ପତ୍ତି ଏମାନଙ୍କ ଅଧା ଥିଲା ।ବ୍ରିଟିଶ ଅର୍ଥ ଭଣ୍ଡାର ଠାରୁ ଜଗତ ସେଠଙ୍କ ଅଧିକ ଥିଲା । ଏହି ପରିବାର ବାଣିଜ୍ୟ ପୂର୍ଵ ଏସିଆ, ଆଫ୍ରିକା, ଇଉରୋପ ଏପରି କି ଇଂଲଣ୍ଡ ପର୍ଯ୍ୟନ୍ତ ବ୍ୟାପୀ ଥିଲା । ଏହି Merchantile Capital ହିଁ ଦିନେ ଶିଳ୍ପ ପୁଞ୍ଜି ରେ ରୂପାନ୍ତରିତ ହେଇ ଜାତୀୟ ପୁଞ୍ଜି ରେ ରୂପାନ୍ତରିତ ହେଇ ଥାନ୍ତା ଓ ଇଉରୋପ ପୂର୍ବରୁ ଭାରତ ର ପୁଞ୍ଜିବାଦ ବିକାଶ ଲାଭ କରିଥାନ୍ତା । କିଏ ଜାଣେ ହୁଏତ ଆଜି ଯେ ଭାରତ ଆମେରିକା ଆଗରେ ନ ଥାଆନ୍ତା ।ପଲାସି ଯୁଦ୍ଧ ଭାରତ ବର୍ଷର ସ୍ୱାଭାବିକ ଅର୍ଥନୈତିକ ଅଗ୍ରଗତି ର ପଥ ଅବରୋଧ କରିଦେଲା ।
ଏହି ସମୟରେ କାର୍ପାସ ଶିଳ୍ପ ରେ ବିଶ୍ୱ ପ୍ରସିଦ୍ଧ ଥିବା ଢାକା ବୁଣାକାର ଆଙ୍ଗୁଠି ହରେଇ ଥିଲେ ଓ ମାଞ୍ଚେଷ୍ଟର ଆସନ ଗ୍ରହଣ କରିଥିଲା ।ଏସବୁ ସତ୍ତ୍ୱେ ଆମେ କଣ ଜଗତ ସେଠ ପରିବାର କୁ ଗଦ୍ଦାର କହିବା ?କେବଳ ଏତିକି କହିବା ଭାରତର Merchantile Capital ରୂପାନ୍ତରିତ ଯେବେ ହେବା କଥା ହେଇ ପାରିଲା ନାହିଁ, ସେଥିପାଇଁ ହୁଏତ ଏମାନେ ଦାୟୀ ।
୧୮୫୭ ସିପାହୀ ବିଦ୍ରୋହ ପରେ ପୁଣି ଯେତେବେଳେ merchantile capital ଠୁଳ ହେବା ଉଦ୍ୟମ ଆରମ୍ଭ କଲା ସେତେବେଳେ ବ୍ରିଟିଶ ସାମ୍ରାଜ୍ୟ ବହୁ ଆଗକୁ ଚାଲି ଯାଇଗଲା ଯେଉଁଥିରେ ସିନ୍ଧିଆ ମାନଙ୍କ ଭୂମିକା ସବରକର ଭଲ ଭାବେ ଲେଖିଛନ୍ତି । ତେଣୁ ସିନ୍ଧିଆ ସଭରକରଙ୍କୁ ପଢନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି l