ଜାଗୃତି ଜାତୀୟ ନୃତ୍ୟ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ଵର; ଆଜି ସନ୍ଧ୍ୟାରେ ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ଵର ଦ୍ୱାରା ଦୁଇଦିନିଆ ଜାତିୟ ନୃତ୍ୟ ମହୋତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଠାରେ ଉଦ୍ଘାଟିତ ହୋଇଯାଇଛି। ଉତ୍ସବ ଟି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଆଡଭି ଗ୍ରୁପ୍ ର ସହଯୋଗ ରେ ଅନୁଷ୍ଠିତ ହୋଇଛି। ଉତ୍ସବ ର ପ୍ରଥମ ସନ୍ଧ୍ୟାରେ ଶ୍ରୀ ସୁଶାନ୍ତ କୁମାର ରାଉତ (ବିଧାୟକ, ଉତ୍ତର ଭୁବନେଶ୍ଵର) ମୁଖ୍ୟ ଅତିଥି, ଶ୍ରୀ ପ୍ରବୋଧ ରଥ ( ସଚୀବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ), ଡ଼ଃ କୀର୍ତ୍ତନ ନାରାୟଣ ପାଢ଼ୀ (ବରିଷ୍ଠ ଗବେଷକ ଓ ବିଦ୍ୱାନ), ଗୁରୁ ପ୍ରାଧ୍ୟାପକ ରାମହରି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉତ୍ସବ ର ମାନ ବର୍ଦ୍ଧନ ପୂର୍ବକ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଦୁଇ ଯୁବ ପ୍ରତିଭାବାନ କଳାକାର ଯଥା ଶ୍ରୀ ରାହୁଲ୍ ଆଚାର୍ଯ୍ୟ (ଓଡ଼ିଶୀ ନୃତ୍ୟ) ଏଵଂ ଶ୍ରୀ ହିମାଂଶୁ ଶେଖର ସ୍ୱାଇଁ (ଓଡ଼ିଶୀ ସଙ୍ଗୀତ) ଙ୍କୁ ଜାଗୃତି ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ପରେ ଜାଗୃତି ସାଂସ୍କୃତିକ ପରିଷଦ ଦ୍ବାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଏଵଂ ପଲ୍ଲୀ ନୃତ୍ୟ ଆଦି ପରିବେଷଣ ଉତ୍ସବର ସାଂସ୍କୃତିକ ଆୟୋଜନ କୁ ଆହୁରି ମନୋରମ କରିଥିଲା। ଜାଗୃତି ସାଂସ୍କୃତିକ ପରିଷଦ ୨୦୦୫ ମସିହାରୁ ପ୍ରତିଷ୍ଠା ହୋଇ ଅନବରତ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ ର ପ୍ରଚାର ପ୍ରସାର କରିଆସୁଛି ଏବଂ ଏହା ହେଉଛି ପରିଷଦ ର ୨୧ ତମ ବାର୍ଷିକ ଉତ୍ସବ। ଅନ୍ତିମ ପର୍ଯ୍ୟାୟରେ ଗୁରୁ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ଆନୁଷ୍ଠାନିକ ଧନ୍ୟବାଦ ସହ ଉତ୍ସବ ର ପ୍ରଥମ ସନ୍ଧ୍ୟା ଅତି ଉତ୍ସାହର ସହ ସମାପନ ହୋଇଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀ ବିଶ୍ୱଜିତ୍ ବଳିଆରସିଂହ ପରିଚାଳନା କରିଥିଲା ବେଳେ ଅନୁଷ୍ଠାନର ମାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ନିରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।