ଜାରି ରହିଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ
ଶ୍ରୀନଗର; ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଜାରି ରହିଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଭୋଟ ସକାଳ ୭ଟା ରୁ ଆରମ୍ଭ ହୋଇ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିବ। ୨୬ଟି ଆସନରେ ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ କରାଯାଇଛି। ଇଲେକ୍ସନ କମିଶନରଙ୍କ ତଥ୍ୟ ଅନୁଯାୟୀ ଜମ୍ମୁର ରିଆସିରେ ୩୩.୪ ପ୍ରତିଶତ ମତଦାନ ହୋଇଥିବା ବେଳେ ପୁଞ୍ଚରେ ୩୩.୦୬ ଓ ଶ୍ରୀନଗରରେ ୧୧.୬୭ ଲୋକେ ଭୋଟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଜମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହୋଇଛି।