ଇଡି,ସିବିଆଇକୁ ସକ୍ରିୟ କରିବାକୁ ମୋଦି, ଶାହାଙ୍କୁ କହିବୁ ବୋଲି କହିଲେ ଜୟ ନାରାୟଣ

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ରାଜ୍ୟ ସରକାରଙ୍କୁ ଧମକାଇଲେଣି।  ତାଙ୍କ  ନେତୃତ୍ୱରେ ଖୁବଶୀଘ୍ର ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ। କେଉଁ ଦିନ ସେମାନେ ଦିଲ୍ଲୀ ଯିବେ ତାହା  ସ୍ଥିର ହୋଇ ନାହିଁ। ମାତ୍ର ମାସକ ମଧ୍ୟରେ ଏହି ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ପାଇଁ ନିଷ୍ପତ୍ତି ହେଉଥିବା ସୂଚନା ମିଳିଛି। ଏହି ଗସ୍ତରେ ବିଜେପି ପ୍ରତିନିଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଜଣାଯାଇଛି।

ରାଜ୍ୟର ସାମ୍ପ୍ରତିକ ସ୍ଥିତି ଏବଂ ପ୍ରଶାସନରେ ଅମଲାଙ୍କ ହସ୍ତକ୍ଷେପ ସଂକ୍ରାନ୍ତରେ ପିଏମଙ୍କ ଠାରୁ ଆରମ୍ଭ କରି ନିର୍ବାଚନ କମିସନଙ୍କୁ ଜଣାଇବେ ବୋଲି କହିଛନ୍ତି। ଇଡି, ସିବିଆଇ ଏବଂ ଆୟକର ଭଳି ସଂସ୍ଥା କେମିତି ରାଜ୍ୟରେ ସକ୍ରିୟ ହେବେ, ସେ ନେଇ ମଧ୍ୟ ବିଜେପି ବିଧାୟକମାନେ ମୋଦି, ଶାହାଙ୍କୁ ଗୁହାରି କରିବେ ବୋଲି ଜଣାପଡିଛି।   ଗୁରୁବାର  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅମିତ ଶାହଙ୍କୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଜଣାଇବୁ। ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସଂପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରାଯିବ। ଓଡ଼ିଶାକୁ କାହିଁକି ଇଡି ଓ ସିବିଆଇ ଆସୁନାହିଁ, ଓଡ଼ିଶାକୁ ସେମାନେ ଆସନ୍ତୁ ବୋଲି ଦାବି କରାଯିବ ବୋଲି ଶ୍ରୀ ମିଶ୍ର କହୁଛନ୍ତି।

Leave a Reply

Your email address will not be published. Required fields are marked *