ଖୁବ୍ଶୀଘ୍ର ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ରେଜଲ୍ଟ ଖୁବଶୀଘ୍ର ପ୍ରକାଶ ପାଇବ। ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ଏପ୍ରିଲ ୬ ତାରିଖଠୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହୋଇଥିବା ବେଳେ ଏହି ପରିକ୍ଷାରେ ପ୍ରାୟ ୮ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା ମିଳିଛି। ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ମେ’ ୫ ତାରିଖ ସୁଦ୍ଧା ମେଧାବୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ପଞ୍ଜୀକରଣ କରିବେ। ଜୁନ୍ ୪ ତାରିଖରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେବ।