ଜୋଫ୍ରାଙ୍କୁ ଟଙ୍କାଟେ ନଦେବା ପାଇଁ କହିଲେ ଗାଭାସ୍କର

ମୁମ୍ବାଇ : ଭାରତୀୟ ପୂର୍ବତନ ବ୍ୟାଟର ଓ ଅଧିନାୟକ ସୁନିଲ ଗାଭାସ୍କର ନିଜର ବୟାନ ପାଇ ସବୁବେଳେ ଚର୍ଚାରେ ଥାଆନ୍ତି । ତେବେ ପୁଣି ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ଚର୍ଚାର କେନ୍ଦ୍ର କରିଛି । ଆଇପିଏଲର ୧୬ତମ ସଂସ୍କରଣରେ ମୁମ୍ବାଇ ଇଂଣ୍ଡିଆନ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଘାତ କାରଣରୁ ମେ ୯ ତାରିଖରେ ଆଇପିଏଲରୁ ବାଦ୍ ପଡିଛନ୍ତି । ୮ କୋଟିରେ କିଣା ଯାଇଥିବା ଏହି ଖେଳାଳି ଜମା ପାଞ୍ଚଟି ମ୍ୟାଚ୍ ମୁମ୍ବାଇ ପକ୍ଷରୁ ଖେଳିଛନ୍ତି । ତେବେ ଗାଭାସ୍କର ଏହି ପ୍ରଶଂଗରେ କହିଛନ୍ତି ଯେ , ଟଙ୍କାଟେବି ଜୋଫ୍ରାଙ୍କୁ ମୁମ୍ବାଇ ଦେବାକଥା ନୁହେଁ ।  ସେ ଆହୁରି ସଧ୍ୟ କହିଛନ୍ତି ବୁମରାଙ୍କ ଅନୁପସ୍ତିତିରେ ଜୋଫ୍ରା ମୁମ୍ବାଇର ବୋଲିଂ ଦାୟିତ୍ବ ନିଜ ଉପରକୁ ନେବା କଥା । କିନ୍ତୁ ସେ ଯେତିକି ମ୍ୟାଚ ଖେଳିଛନ୍ତି ସେଥିରେ ମଧ୍ୟ ତାଙ୍କ ପଦର୍ଶନ ଖରାପ ରହିଛି । ସେଥିପାଇଁ କିଛି କରଣ ନାହିଁ ଯେଉଁଥି ପାଇଁ ଆର୍ଚରଙ୍କୁ ପଇସା ଦିଆଯିବ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *