ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ୍

ଭୁବନେଶ୍ୱର : ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍ ଆଉ ନିର୍ବାଚନ ଲଢିବେନି ବୋଲି ପୁଣି ସ୍ପଷ୍ଟ କରିଛନ୍ତି ସେ କହିଛନ୍ତି । ଗତ ନିର୍ବାଚନ ବେଳେ ଘୋଷଣା କରିଥିଲି “ବିଧାୟକ କିମ୍ବା ସାଂସଦ ପାଇଁ ଲଢ଼ିବି ନାହିଁ । ମୁଁ ସଙ୍ଗଠନରେ ସକ୍ରିୟ ରହିବି ଏବଂ ଏହାକୁ ସୁଦୃଢ଼ କରିବା ପାଇଁ କାମ କରିବି। ଯଦି ଦଳ ଇଚ୍ଛା କରେ, ତେବେ ମୁଁ ରାଜ୍ୟସଭାକୁ ଯିବି। ମୁଁ ଯୁବ ପିଢ଼ି ପାଇଁ ପଥ ପ୍ରଶସ୍ତ କରିବାକୁ ଚାହୁଁଛି । ତାଙ୍କର ରାଜନୈତିକ ଯାତ୍ରା ଉପରେ ଆଲୋକପାତ କରି ଓରାମ କହିଥିଲେ, ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ ।” ନିଜର ଜନସେବା ଏବଂ ବର୍ଷ ବର୍ଷ ଧରି ମୁଁ ଯେଉଁ ଦାୟିତ୍ୱରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ବୋଲି ଜୁଏଲ ମତବ୍ୟକ୍ତ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ଜଣେ ପ୍ରମୁଖ ଆଦିବାସୀ ନେତା, ୨୦୧୪, ୨୦୧୯ ଏବଂ ୨୦୨୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କେନ୍ଦ୍ର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରି ଜୁଏଲ୍ ଓରାମ ଦଶନ୍ଧି ଧରି ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ରହିଆସିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ, ସେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ବର୍ତ୍ତମାନ ସେ ମୋଦି ସରକାରରେ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ଏଥିସହିତ ଓରାମ ଭାରତର ୧୭ତମ ଲୋକସଭାର ସଦସ୍ୟ ମଧ୍ୟ । ପୂର୍ବରୁ ସେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରି ୧୨ତମ, ୧୩ତମ, ୧୪ତମ ଲୋକସଭା ଏବଂ ୧୬ତମ ଲୋକସଭାର ସଦସ୍ୟ ମଧ୍ୟ ଥିଲେ ।

Leave a Reply

Your email address will not be published. Required fields are marked *