ନିଜର ଭବିଷ୍ୟତକୁ ନେଇ କାହିଁକି ଏମିତି ଭାବୁଛନ୍ତି ଜୁଏଲ୍ ….ଜାଣନ୍ତୁ

ଭୁବନେଶ୍ୱର :  କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଆସିଲେ, ମନ୍ତ୍ରୀ ହେବା ପାଇଁ ଜୁଏଲ ଓରାମଙ୍କ ନାଁ ସବୁଠୁ ଆଗରେ ରହୁଥିଲା। ଦେବେନ୍ଦ୍ର ପ୍ରଧାନଙ୍କ ପରେ ଶ୍ରୀ ଓରାମ ବିଜେପିର ଜାତୀୟ ଚେହେରା ଭାବେ ପରିଚିତ। ଦେବେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ଜୁଏଲ  ଅଟଳ ବିହାର ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପାଇଥିଲେ। ହେଲେ 2014 ପରେ ତାଙ୍କର କେନ୍ଦ୍ର କାଟତି କମିବାରେ ଲାଗିଲା। ଝାଡଖଣ୍ଡର ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଲେ। 2019 ଯାଏ ମନ୍ତ୍ରୀ ପଦରେ ଓରାମ ଔପଚାରିକ ଭାବେ ରହିଲେ। ଏହା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନ ଥିବାରୁ ମନସ୍ତାପ କରିଥିଲେ। ଶପଥ ଗ୍ରହଣ ପୂର୍ବରୁ ଓଡ଼ିଶାର କେତେ ନେତା ତାଙ୍କୁ ଭେଟି ମନାଇଥିଲେ।

          ବର୍ତ୍ତମାନ ରାଜନୈତିକ ପାଣିପାଗକୁ ଆକଳନ କରି ଜୁଏଲ ଓରାମ ଏକ ପ୍ରକାର ସ୍ଥିର ହୋଇସାରିଲେଣି ଯେ, ତାଙ୍କୁ ଆଗକୁ ମନ୍ତ୍ରୀ କରାଯିବ ନାହିଁ। ଖାଲି ସାଂସଦ ଭାବେ କାର୍ଯ୍ୟ କରିବାକୁ ସେ ଏତେଟା ଭଲ ପାଉ ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହୋଇ ମଧ୍ୟ ଶ୍ରୀ ଓରାମ ଖୁସି ନାହାନ୍ତି। ତେଣୁ ଆଗାମୀ ଦିନରେ ବିଧାୟକ ଲଢିବାକୁ ବି ଚାହୁଁ ନାହାନ୍ତି। ତେଣୁ 2024 ନିର୍ବାଚନ ନ ଲଢି  ତାଙ୍କୁ କୌଣସି ରାଜ୍ୟର ରାଜ୍ୟପାଳ ପଦ ଦେବା ପାଇଁ ସେ ବିଜେପି ଶୀର୍ଷ ନେତୃତ୍ୱକୁ ଅନୁରୋଧ କରିପାରନ୍ତି ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *