କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା; ୨୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲେଶ୍ଵର;ଗତ କାଲି ସଂଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ ସୁପର୍ ଏକ୍ସପ୍ରେସ।ଏପରିକି ମାଲ୍ଗାଡ଼ି ଉପରକୁ ଚଢ଼ି ଯାଇଛି ଏହି ଟ୍ରେନ । ଏହି ଟ୍ରେନ୍ର କିଛି ବଗି ଆର ଟ୍ରାକ୍ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍ରେ ଆସିଥିଲା ଯଶୱନ୍ତପୁର ହାୱାଡ଼ା ଟ୍ରେନ୍। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।ଦୁଇଟି ସୁପର୍ ଫାଷ୍ଟ ଓ ଗୋଟିଏ ମାଲ୍ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେମାନଙ୍କୁ ରାଜ୍ୟର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍ରେ ଯାଉଥିବା ଅନେକ ଟ୍ରେନ୍କୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି। ସେହିପରି ଆଜି ସନ୍ଧ୍ୟାରେ ସ୍ତିତର ଅନୁଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ଵର ଆସିବେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ହେଉଛି