୧୪ ବର୍ଷ ପରେ ପୁଣି ଦୁର୍ଘଟଣାଗସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍

ବାଲେଶ୍ଵର; ଦୀର୍ଘ ୧୪ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି ଘଟିଛି। ୨୦୦୯ ଏପ୍ରିଲ୍ ୧୩ରେ ଓଲଟିଥିବା କରମଣ୍ଡଳ ଏକ୍ସପ୍ରେସ ପୁଣି ଲାଇନଚ୍ୟୁତ ହୋଇଛି । କୋଲକାତା ରୁ ଭୁବନେଶ୍ଵର ଆସିବା ବାଟରେ ଓଲଟିପଡ଼ିଲା କରମଣ୍ଡଳର ୩ ବଗି । ୫୦ ରୁ ଅଧିକ ମୃତ ଓ ଶତାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣା ପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍ ଟ୍ରେନ୍ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍ ଟ୍ରେନ୍ଟି ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଜଣାପଡ଼ିଛି । କରମଣ୍ଡଳର ୩ରୁ ଅଧିକ ବଗି ଓଲଟି ପଡ଼ିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା । ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଥିବା ମଧ୍ୟ ଖବର ରହିଛି । ସୂଚନା ଯୋଗ୍ୟ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବାରେ।