କେନିଆର ସରକାର ବିରୋଧୀ ଆନ୍ଦୋଳନ ନେଲାଣିି ୩୯ ଜଣଙ୍କ ଜୀବନ
ନୂଆଦିଲ୍ଲୀ: କେନିଆରେ ବିଦ୍ରୋହ, ୩୯ ମୃତ। ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି। ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଘଟଣାରେ ୬୨୭ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଗଲାଣି। ସେପଟେ ଭାରତୀୟ ନାଗରିକଙ୍କ ପାଇଁ ଭାରତ ଆଡଭାଇଜରୀ ଜାରି କରିଛି।
ନାଇରୋବିରେ ସଂସଦ ପରିସରରେ ଭଙ୍ଗାରୁଜା ଓ ଆଂଶିକ ଅଗ୍ନିକାଣ୍ଡ ହେବାପରେ ବିକ୍ଷୋଭକାରୀମାନେ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଥିଲା । ଏହାପରେ ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଥିଲା। ୨୦୨୨ ସେପ୍ଟେମ୍ବରରେ ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ସରକାର ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ତାଙ୍କ ସରକାର ସବୁଠାରୁ ଗମ୍ଭୀର ପରିସ୍ଥିତିର ସମ୍ମୁଖୀନ ହୋଇଛି । ରବିବାର ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ରୁଟୋ କହିଛନ୍ତି ଯେ ବିକ୍ଷୋଭରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
