ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ନେଇ କେରଳରେ ହାଇଆର୍ଲଟ
ନୂଆଦିଲ୍ଲୀ,୨୨/୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି କେରଳ ରାଜ୍ୟ ‘ବିଜେପି’ ଅଫିସ୍କୁ ଧମକ ଆସିଛି। ଏହା ପରେ ପ୍ରାଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାରା କେରଳରେ ହାଇଆଲର୍ଟ ଜାରି କରାଯାଇଛି। ଧମକ ଦେଇଥିବା ଚିଠି ପ୍ରେରକଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀକୁ ତର୍ଜମା କରାଯାଉଛି। ଆଗାମୀ ୨୪ ତାରିଖ ପାଇଁ ନିର୍ଦ୍ଧାରିତ ମୋଦୀଙ୍କ କୋଚି ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ସେହି ଚିଠିରେ ଉଲ୍ଲେଖ କରାଯାଇଥିଲା। ଚିଠିରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ ପୁଲିସ ଚିହ୍ନଟ କରିଥିଲେ ବି ଏ ଘଟଣାରେ ତାଙ୍କର ସମ୍ପୃକ୍ତି ନାହିଁ । ତାଙ୍କୁ ଫସାଇବା ପାଇଁ କେହି ବିରୋଧୀ ତାଙ୍କ ନାମ ବ୍ୟବହାର କରିଥାଇ ପାରନ୍ତି ବୋଲି ସେ କହିଛନ୍ତି। କିନ୍ତୁ, ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିମାନେ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ସଂଗ୍ରହ କରୁଛନ୍ତି।‘ ଅପରପକ୍ଷରେ ବିଜେପି’ର କେ. ସୁରେନ୍ଦ୍ରନ୍ କହିଛନ୍ତି ଯେ, ନିର୍ଦ୍ଧାରଣ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ସଙ୍ଗଠିତ ହେବ। ପ୍ରଧାନମନ୍ତ୍ରୀ ରୋଡ୍ ସୋ’ କରିବା ସହିତ ସାଧାରଣ ସଭାରେ ଉଦ୍ବୋଧନ ଦେବେ ବୋଲି ସେ ସୂଚନା ଦେଇଛନ୍ତି।