ଖଦି ମେଳା ୨୦୨୪

ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୁଲ୍ୟରେ ଆୟୋଜିତ ଖଦି ମେଳା ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ୬୫ଟି ଷ୍ଟଲ୍ ସ୍ଥାନ ପାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ଆସିଥିବା ବୁଣାକାର ତଥା ଗ୍ରାମୋଦ୍ୟୋଗ ମାନେ ନିଜର ହାତ ତିଆରି ସାମଗ୍ରୀ ବିକ୍ରୟ କରୁଛନ୍ତି । ସେଥିମଧ୍ୟରେ ଖଦି ବସ୍ତ୍ର, ଗାମୁଛା, ସାଲ୍ ସହ ମାସଲା, ଆଚାର, ଧୂପ, ତେଲ ଆଦି ସାମଗ୍ରୀ ଉପଲବ୍ଧ ହେଉଛି ।
ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ୧୯୫୬ ମସିହାରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା କୁଶଳୀ କାରିଗର ମାନଙ୍କର ଆର୍ଥିକ ସ୍ଥିତିର ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏହା ଏକ ଭିନ୍ନ ପଦକ୍ଷେପ ।
ଏହି ମେଳା ଆସନ୍ତା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବାର ବ୍ୟବସ୍ଥା ରହିଛି । ଦର୍ଶକମାନେ ଅପରାହ୍ନ ୩ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ମେଳାର ଆନନ୍ଦ ଉଠାଇ ପାରିବେ ।