ସବୁ କଳ୍ପନା ଜଳ୍ପନାର ହୋଇଛି ଅନ୍ତ, ଶେଷରେ ମନ୍ମଥ ରାଉତରାୟ ଧରିଲେ ଶଙ୍ଖ …

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡ଼ିରେ ସାମିଲ ହେଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ।  ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମନ୍ମଥ ଶହ ଶହ କର୍ମକର୍ତ୍ତାଙ୍କ ଗହଣରେ ଶଙ୍ଖ ଧରିଛନ୍ତି । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ ।

ଏହି ପରିପ୍ରେକ୍ଷୀରେ ସସ୍ମିତ ପାତ୍ର କହିଛନ୍ତି,  ମିଶ୍ରଣ ପର୍ବର ମୁଖ୍ୟ ଆକର୍ଷଣ କ୍ୟାପଟେନ ମନ୍ମଥ ରାଉତରାୟ । ଯେଉଁ ଉତ୍ସାହ ସହ ମନ୍ମଥ ଆସିଛନ୍ତି, ଏଥିରୁ ବାରି ହୋଇ ପଡୁଛି ଯେ  ଯୁବକ ସଶକ୍ତିକରଣ କାମ ସଠିକ ଚାଲିଛି, ତାହା ମନ୍ମଥଙ୍କ ଯୋଗଦାନରୁ ସାର୍ଥକ ହେଉଛି। ମନ୍ମଥ ଖୋର୍ଦ୍ଧା ଓ ଓଡ଼ିଶାକୁ ଆହୁରି ବିକାଶ ଦିଗରେ ଆଗେଇ ନେବେ ବୋଲି ଆମର ଆଶା ଓ ବିଶ୍ବାସ  ।

ଅନ୍ୟପଟେ ବିଜେଡିରେ ଯୋଗଦେବା ପରେ ମନ୍ମଥ ରାଉତରାୟ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି । ମନ୍ମଥ ଆହୁରି ମଧ୍ୟ କହିଛନ୍ତି ମୁଁ ମୋ ବାପାଙ୍କ ଆଶୀର୍ବାଦ ନେଇକି ଆସିଛି। ମୁଁ ତାଙ୍କ ଅନୁମତିରୁ ଆସିଛି। ବିଜୁ ପଟ୍ଟନାୟକ ମୋ ଆଦର୍ଶ, ସେ ମୋ ପରି ପାଇଲଟ ଥିଲେ । ମୁଖ୍ୟମନ୍ତ୍ରୀ ମୋ ପାଇଁ ବହୁତ ଗୁରୁତ୍ୱ ରଖନ୍ତି। ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ କାର୍ଯ୍ୟ ଶୈଳୀ ମତେ ବହୁତ ପସନ୍ଦ, ତାଙ୍କ କାମ ଗ୍ରାଉଣ୍ଡ ଲେବୁଲରୁ ହୋଇଥାଏ । ଏଥି ସହିତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମତେ ଗାଇଡ଼ କରିଛନ୍ତି, ବାପାଙ୍କ ସମ୍ମାନ ରକ୍ଷା କରିବା କଥା ସେ ଦେଇଛନ୍ତି । ମତେ ଲାଗୁଛି ଓଡ଼ିଶାକୁ ବିକାଶର ସ୍ବପ୍ନ ଆଗେଇବାକୁ ବିଜେଡି ହିଁ ଏକମାତ୍ର ଦଳ । ସବୁ କ୍ଷେତ୍ରରେ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସେ ପ୍ରକୃତରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ। ତାଙ୍କ ଦଳରେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ ବୋଲି ମନ୍ମଥ କହିଛନ୍ତି ।

Leave a Reply

Your email address will not be published. Required fields are marked *