KIIT ମାମଲା : ଦୁଇ ଦିନ ସମୟ ନେଲେ ସରକାର

ଭୁବନେଶ୍ୱର : କିଟ ବିଶ୍ୱ ବିଦ୍ୟାଳୟ ରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ଦୁଇ ଦିନ ପାଇଁ ସ୍ଥଗିତ l ସରକାର ପ୍ରତିଶ୍ରୁତି ପୁରଣ ନକଲେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି l
ବୁଧବାର କିଟ୍ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ସମୟରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଆସିଲା । ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ପ୍ରତିନିଧି ତଥା ଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲେଚନା କରି ନିମ୍ନ ଦାବି ରଖା ଯାଇଥିଲା l
ଏହି ଦାବି ଗୁଡ଼ିକ ହେଉଛି ;
(୧). ଏହି ଘଟଣାର ନ୍ୟାୟିକ ତଦନ୍ତ (Judicial Inquiry) ହେଉ । ଏବଂ ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।
(୨). କିଟ୍ ବିଶ୍ୱବିଦ୍ୟାଳୟକୁ ସରକାର ନିଜ ଅଧିନକୁ ଆଣନ୍ତୁ ଓ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବା ସହିତ ସରକାର ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
(୩). ମୋଟ କେତେ ନେପାଳ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ଓ କେତେ ଜଣ ଯାଇଛନ୍ତି ଓ କେତେ ଜଣ ଅଛନ୍ତି ଏହାର ତାଲିକା କିଟ୍ କତୃପକ୍ଷ ଦିଅନ୍ତୁ ଏବଂ ଛାତ୍ରଛାତ୍ରୀଙ୍କ ଯିବା ଆସିବା ସମସ୍ତ ଖର୍ଚ୍ଚ କିଟ୍ କତୃପକ୍ଷ ବହନ କରିବେ । ସମସ୍ତ ଛାତ୍ରଛାତ୍ରୀଙ୍କ ପିତା, ମାତା ଙ୍କୁ ଏହି ବାବଦରେ ମେଲ୍ ଓ ଫୋନ୍ ମାଧ୍ୟମରେ କ୍ଷମା ମାଗିବା ସହିତ ସରକାରଙ୍କ ତରଫରୁ ଏକ ହେପ୍ ଲାଇନ୍ ନଂ ଜାରି କରାଯାଉ ।
(୪). ଛାତ୍ରଛାତ୍ରୀଙ୍କ ସୁରକ୍ଷା, Placement ଓ ଭବିଷ୍ୟତ ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।
(୫). ନେପାଳର ସମସ୍ତ ଛପା ଗଣମାଧ୍ୟମରେ କିଟ୍ କତୃପକ୍ଷ ‘କ୍ଷମା ପ୍ରାର୍ଥନା’ କରନ୍ତୁ । ଭବିଷ୍ୟତରେ ତାଙ୍କ ଦେଶ ଉପରେ ଅପମାନିତ ମନ୍ତବ୍ୟ ଦେବେ ନାହିଁ ଓ ତାଙ୍କ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବେ ।
(୬). ଛାତ୍ରଛାତ୍ରୀଙ୍କ ପାଇଁ ଚାଇଲ୍ଡ protection ଓ ଆଣ୍ଟି ରାଗିଙ୍ଗ୍ ସେଲ୍ କାର୍ଯ୍ୟକାରୀ କରାଯାଉ ।
(୭). ଘଟଣା ଦିନର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ ।
(୮). କିଟ୍ କତୃପକ୍ଷ ଓ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଇତ୍ୟାଦି।

ସରକାରଙ୍କ ପ୍ରତିନିଧି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Suraj ଙ୍କ ପ୍ରତିଶୃତି; ସରକାର ଏହି ଘଟଣାକୁ ନେଇ ସିରିୟେସ୍ ଅଛନ୍ତି ପ୍ରଥମ ପର୍ଯ୍ୟାୟରେ ଯାହା ପଦକ୍ଷେପ ଗ୍ରହଣ କରିବା କଥା ତାହା କରାଯାଇଛି । ନ୍ୟାୟିକ ତଦନ୍ତ ପାଇଁ ସରକାର ବିଚାର କରୁଛନ୍ତି, ମୁଖ୍ୟମନ୍ତ୍ରୀ Mohan Charan Majhi ଗୁରୂତ୍ଵପୂର୍ଣ୍ଣ କାର୍ଯ୍ୟରେ ରାଜ୍ୟ ବାହାରକୁ ଯାଇଛନ୍ତି ଆସିଲେ ଆଲୋଚନା କରି ନିଷ୍ପତ୍ତି ନେବୁ । ବୁଧବାର ଆଲୋଚନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବି ।
ଅନ୍ୟ ସମସ୍ତ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହିତ ସମସ୍ତ ଦାବି ପୂରଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସରକାର ପ୍ରତିଶ୍ରୁତି ପୁରଣ ନକଲେ ଆଗାମୀ ଦିନରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି l

Leave a Reply

Your email address will not be published. Required fields are marked *