କିଶୋରଙ୍କ ସଂଘର୍ଷମୟ କାହାଣୀ ଖେଳ ପାଇଁ ଏତିକି ଦିନ ଥିଲେ ଘରଠୁ ଦୂର ଜାଣନ୍ତୁ…
ଭୁବନେଶ୍ଵର; ବିଶ୍ଵ ଦୌଡକୁଦ ପ୍ରତିଯୋଗିତାରେ ଭାରତ ଗତକାଲି ମଧ୍ୟରାତ୍ରିରେ ଇତିହାସ ରଚିଛି। ନୀରଜ୍ ଚୋପ୍ରା ୪୦ ବର୍ଷ ପରେ ଭାରରତକୁ ଦୌଡକୁଦ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଦେବାରେ ସଫଳ ହୋଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ୧୨ ଜଣିଆ ଫାଇନାଲ ପ୍ରତିଯୋଗୀଙ୍କ ମଧ୍ୟର ୩ ଜଣ ଭାରତୀୟ ପ୍ରତିଦ୍ଵିନ୍ଦିତା କରିବାର ସୁଯୋଗ ପାଇଥିଲେ। ତେବେ ଏହି ତିନିଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଓଡ଼ିଶାର କିଶୋର ଜେନା ପଞ୍ଚମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ। ପୁରୀ ଜିଲ୍ଲା ବ୍ରହ୍ମଗିରୀ ବ୍ଲକ କୋଠସାହି ଗ୍ରାମର ଏକ ଗରିବ ଚାଷୀ ପରିବାରରେ କିଶୋରଙ୍କ ଜନ୍ମ। ବାପା- ମାଆଙ୍କ ୭ଟି ଝିଅରେ ଗୋଟିଏ ପୁଅ ହେଉଛନ୍ତି କିଶୋର। ପରିବାରର ବୋଝ ନେଇ ଅନ୍ତରାଷ୍ଟ୍ରିୟ ସ୍ତରରେ କାହାଣୀ ଲେଖିଛନ୍ତି। କାହାଣୀ ପୁଣି ସଂଘର୍ଷ ଓ ନିଷ୍ଠାର। ତାଙ୍କର ଖେଳ ପ୍ରତି ନିଷ୍ଠା ତାଙ୍କୁ ତାଙ୍କର ପାରିବାର ଠାରୁ ୨ ବର୍ଷ ଦୂରେଇ ରଖିଛି ବୋଲି ସେ କହିଛନ୍ତି।
ଗତକାଲି ସେ ବିଶ୍ଵ ଆଲେଲେଟିକ୍ ଚମ୍ପିୟାନସିପରେ ନିଜର ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ୮୪.୭୭ ମିଟର ଜାଭଲିନ ଫିଙ୍ଗି ବ୍ୟକିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଆ ପ୍ରଶଂସକ ମାନଙ୍କର ହୃଦୟ ଜିତି ପାରିଛନ୍ତି। ତେବେ କିଶୋର ୨୦୧୫ ମସିହାରେ ଜାଭଲିନ ଖେଳିବା ଆରମ୍ଭ କରିଥିଲେ। ତା ପୁର୍ବରୁ ସେ ଭଲିରେ ନିଜର କ୍ୟାରିୟର କରିବେ ବୋଲି ଚିନ୍ତା କରିଥିଲେ କିନ୍ତୁ ଏଥିରେ ସଫଳତା ନମିଳିବାରୁ ସେ ତାଙ୍କ ପ୍ରଶିକ୍ଷକ ନୀଳମାଧବ ଦେବଙ୍କ କହିବା ଅନୁସାରେ ଜାଭଲିନ ଦୁନିଆରେ ପାଦ ରଖିଥିଲେ । ସେହିପରି ସେ ୨୦୧୭ ମସିହାରେ ୭୨ ମିଟର ଜାଭଲିନ ଥ୍ରୋ କରି ଓଡ଼ିଶାରେ ରେକର୍ଡ଼ ସୃଷ୍ଟି କରିଥିଲେ। ତେବେ କିଶୋରଙ୍କ ଏହି ସଫଳତାରେ କ୍ରୀଡା ପ୍ରେମୀ ତାଙ୍କୁ ଆଗାମୀର ନୀରଜ ଚୋପ୍ରା ବୋଲି ବିବେଚିତ କରୁଛନ୍ତି।