କୋଲକତା, ମୁମ୍ବାଇ ଆଜି ମୁମ୍ବାଇରେ ମୁହାଁ-ମୁହିଁ …

ମୁମ୍ବାଇ : ଆଜି ମୁମ୍ବାଇର ୱାଙ୍ଖଡେରେ ମୁହାଁମୁହିଁ ହେବେ ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ୍ ରାଇଡର୍ସ ।ଏହି ମ୍ୟାଚ କଲିକାତା ଅପେକ୍ଷା ମୁମ୍ବଇ ପାଇଁ ଗୁରୁତ୍ବପୂର୍ଣ୍ଣ। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ୍ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି।
କଲିକାତା ନାଇଟ୍ ରାଇଡର୍ସ ୯ଟି ମ୍ୟାଚ୍ରୁ ୬ଟି ବିଜୟ ୩ଟି ପରାଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ବଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜୟର ଦ୍ବାରସ୍ତ ହୋଇଛି । ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ମୁମ୍ବାଇକୁ ଆଜିର ମ୍ୟାଚ ଜିତିବା ଆବଶ୍ୟକ ରହିଛି । କାରଣ ଦଳ ନିକଟରେ ରହିଥିବା ଶେଷ ୪ଟି ମ୍ୟାଚ ମଧ୍ୟରୁ ଯଦି ଗୋଟିଏ ବି ପରାଜିତ ହୁଏ ତେବେ ପ୍ଳେ ଅଫ ଦୌଡ଼ରୁ ବାଦ୍ ପଡ଼ିବା ନିଶ୍ଚିତ। ଶେଷ ମ୍ୟାଚରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିକଟରୁ ବ୍ୟାଟିଂ ଦୁର୍ଦଶା ଭୋଗି ୪ ୱିକେଟରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ କଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଛି। ଓପନିଂରେ ଫିଲ୍ ସଲ୍ଟ ଓ ସୁନୀଲ ନାରାୟଣ ଫର୍ମରେ ରହିଛନ୍ତି। ସଲ୍ଟ ୩୯୨ ଓ ନାରାୟଣ ୩୭୨ରନ କରିଛନ୍ତି। ଶେଷ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ପରାସ୍ତ କରିଥିଲା। ବରୁଣ ଚକ୍ରବର୍ତ୍ତୀ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କଲକାତା ୩ଟି ଓ ମୁମ୍ବଇ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।