LIC ଦେବ ମହିଳାଙ୍କୁ ରୋଜଗାର, ଜାଣନ୍ତୁ କେମିତି କରିବେ ଆବେଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ପାନିପଥରୁ ଏଲଆଇସିର ବୀମା ସଖୀ ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି।ଏହି ଯୋଜନା ଆରମ୍ଭ ହେବା ପରେ ମହିଳାମାନଙ୍କର ଅଂଶଗ୍ରହଣ ଆହୁରି ବୃଦ୍ଧି ପାଇବ ।
LIC ର ବୀମା ସଖୀ ଯୋଜନାରେ ଯୋଡ଼ି ହେବାକୁ ଚାହୁଁଥିବା ସମସ୍ତ ମହିଳାଙ୍କୁ ସରକାର ତିନି ବର୍ଷ ତାଲିମ ଦେବେ। ଏହି ଯୋଜନାରେ ପ୍ରାୟ ୨ ଲକ୍ଷ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଆବେଦନ କରିବା ପରେ ମହିଳାମାନେ ତାଲିମ ପାଇଁ ମନୋନୀତ ହେବେ। ୩ ବର୍ଷର ତାଲିମ ପରେ ପରୀକ୍ଷା ନିଆଯିବ, ଯାହା ପରେ ଏହି ଯୋଜନରେ ମହିଳାମାନେ ବିକାଶ ଅଧିକାରୀ ମଧ୍ୟ ହୋଇପାରିବେ।
ତିନି ବର୍ଷର ତାଲିମ ସମୟରେ ମହିଳାମାନେ ମଧ୍ୟ ଟଙ୍କା ପାଇବେ।ଯେଉଁଥିରେ ପ୍ରଥମ ବର୍ଷରେ ମାସକୁ ୭ ହାଜର ଟଙ୍କା, ଦ୍ୱିତୀୟ ବର୍ଷରେ ମାସିକ ୬ ହଜାର ଟଙ୍କା ଏବଂ ତୃତୀୟ ବର୍ଷରେ ମାସିକ ୫.୦୦୦ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ମହିଳାମାନେ କମିଶନରୁ ମଧ୍ୟ ରୋଜଗାର କରିପାରିବେ।
LIC ର ବିମା ସଖୀ ଯୋଜନା ପାଇଁ ଯୋଗ୍ୟତା
୧୮ ରୁ ୭୦ ବର୍ଷ ମଧ୍ୟରେ ମହିଳାମାନେ ଆବେଦନ କରିପାରିବେ ।
ମହିଳାମାନେ ଅତିକମରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
କେମିତି କରିବେ ଆବେଦନ
ଆବେଦନ କରିବାକୁ, ଜୀବନ ବୀମା ନିଗମର ଅଫିସିଆଲ୍ ୱେବସାଇଟ୍ https://licindia.in/test2 ପରିଦର୍ଶନ କରିବାକୁ ପଡିବ।
• କ୍ଲିକ୍ କରିବା ପରେ, ଆପଣ ‘ଏଠାରେ ବିମା ସଖୀ’ କ୍ଲିକ୍ କରିବାର ବିକଳ୍ପ ଦେଖିବେ ।ଏଥିରେ କ୍ଲିକ୍ କରନ୍ତୁ ।ଯାହା ପରେ ଫର୍ମ ଖୋଲିବ।
ନାମ, ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ଠିକଣା, ଇମେଲ୍ ID ପରି ସମସ୍ତ ଆବଶ୍ୟକୀୟ ସୂଚନା ପୁରଣ କରନ୍ତୁ ।
• ଯଦି ଆପଣ ଯେକୈଣସି ପ୍ରକାରେ LIC ସହିତ ଜଡିତ ଅଛନ୍ତି, ଯେପରିକି କର୍ମଚାରୀ, ଏଜେଣ୍ଟ, ବିକାଶ ଅଧିକାରୀ, ତେବେ ଆପଣଙ୍କୁ ମଧ୍ୟ ସେହି ବିଷୟରେ ସୂଚନା ପ୍ରବେଶ କରିବାକୁ ପଡିବ ।