SBIର ଏହି ଯୋଜନାରେ ମିଳୁଛି ୭.୫୦ ପ୍ରତିଶତ ସୁଧ ହାର ; ଶୀଘ୍ର କରନ୍ତୁ ନହେଲେ ସରିଯିବ ସମୟ

ସମସ୍ତେ ନିଜ ନିଜର ରୋଜଗାରରୁ କିଛି ଟଙ୍କା ରଖି ତାକୁ ଏମିତି ସ୍ଥାନରେ ନିବେଶ କରିବା ପାଇଁ ଚାହାଁନ୍ତି ଯେଉଁଠି ତାଙ୍କ ପଇସା ସୁରକ୍ଷିତ ରହିବା ସହ ଭଲ ସୁଧ ମିଳିପାରୁଥିବ । ତେବେ ଏହି ଦୃଷ୍ଟିରୁ ଫିକ୍ସଡ୍ ଡିପୋଜିଟ୍ ସର୍ବଦା ଏକ ଭଲ ବିକଳ୍ପ । ଏବେ ପ୍ରାୟ ସବୁ ବ୍ୟାଙ୍କ ଏଫଡି କରିବା ପାଇଁ ଭଲ ସୁଧର ଅଫର ଦେଉଛନ୍ତି । ଯଦି ବରିଷ୍ଟ ନାଗରିରଙ୍କ କଥା ଆଲୋଚନା କରାଯାଏ ତାହାଲେ ଏମାନେ ସାଧାରଣ ନାଗରିକଙ୍କଠାରୁ ଅଧିକ ସୁଧ ପାଇଥାନ୍ତି । ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଆପଣଙ୍କ ପାଇଁ ଏମିତି ଏକ ଯୋଜନା ଆଣିଛି ଯାହା ଆପଣଙ୍କୁ ଏକ ଭଲ ରିଟର୍ଣ୍ଣ ଦେବାରେ ସହାୟକ ହେବ । ତେବେ ଏହି ଯୋଜନାର ନାମ ହେଉଛି ଏସବିଆଇ ୱି କେୟାର ଯୋଜନା (SBI WeCare scheme), ଯେଉଁଥିରେ ନିବେଶ କରିବା ପାଇଁ ଆଉ ମାତ୍ର କଛି ଦିନ ଆପଣଙ୍କ ପାଖରେ ରହିଛି । ଏହି ସ୍କିମର ଲାଭ ନେବା ପାଇଁ ଆପଣଙ୍କ ପାଖରେ ମାତ୍ର ଆଉ ୧୮ ଦିନର ସମୟ ରହିଛି । କାରଣ ଷ୍ଟେଟ ବ୍ୟାଙ୍କ ଏହି ଯୋଜନାକୁ ୩୦ ସେପ୍ଟେମ୍ବର ପରେ ବନ୍ଦ କରିବାକୁ ଯାଉଛି ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କୁ ସାଧାରଣ ନିବେଶକଙ୍କ ଅପେକ୍ଷା ଅଧିକ ସୁଧ ଦିଆଯାଉଛି। ଏସବିଆଇ ଉଇକେୟାର ସ୍କିମ ଅଧୀନରେ ବରିଷ୍ଠ ନାଗରିକମାନେ ୦.୫୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସୁଧର ଲାଭ ପାଆନ୍ତି । ଏହି ଯୋଜନାରେ ସର୍ବନିମ୍ନ ବିନିଯୋଗ ମାଧ୍ୟମରେ, ଆପଣ ୫ରୁ ୧୦ ବର୍ଷ ମଧ୍ୟରେ ଭଲ ରିଟର୍ନ ପାଇପାରିବେ ।

ସାଧାରଣତଃ ବରିଷ୍ଠ ନାଗରିକମାନେ ବ୍ୟାଙ୍କରେ ଏଫଡି ଉପରେ ୫୦ ବେସିସ୍ ପଏଣ୍ଟ ପାଇଥାନ୍ତି, କିନ୍ତୁ ଏସବିଆଇ ୱି କେୟାର ଯୋଜନାରେ, ସେମାନେ ଅତିରିକ୍ତ ୫୦ ବେସିସ ପଏଣ୍ଟର ଲାଭ ପାଇଥାନ୍ତି । ଏହାର ଅର୍ଥ ଏହି ଯୋଜନାରେ ବୟସ୍କମାନେ ୧ ପ୍ରତିଶତ ଅଧିକ ସୁଧ ପାଆନ୍ତି । ବର୍ତ୍ତମାନ, ଏସବିଆଇର ୱେୟାର ସ୍କିମ୍ରେ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଉପଲବ୍ଧ ହେଉଛି । ଏସବିଆଇର ନିୟମିତ ଏଫଡି ଉପରେ ସୁଧହାର ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ୩.୫୦ ପ୍ରତିଶତରୁ ୭.୫୦ ପ୍ରତିଶତ ମଧ୍ୟରେ ରହିଛି ।

Leave a Reply

Your email address will not be published. Required fields are marked *